Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବ ସହ ଉଦଯାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢୀ ଠାରେ ଦୀର୍ଘ ୧୦ ଦିନ ଧରି ଚାଲିଥିବା ୪୩ତମ ଗଜଲକ୍ଷ୍ମୀ ପୂଜା ବୁଧବାର ଭସାଣୀ ଶୋଭାଯାତ୍ରା ସହ ଉଦଯାପିତ ହୋଇଯାଇଛି । ନିକଟସ୍ଥ ହରିହର ଯୋର ଯାଏ ଅନୁଷ୍ଠିତ ଭସାଣୀ ଯାତ୍ରାରେ ପାରମ୍ପରିକ ଢୋଲ, ନିଶାନ, ମହୁରୀ ଓ ଦୁଲଦୁଲି ସମେତ ଘଣ୍ଟ ବାଦ୍ୟ, ଡିଜେ ଏବଂ ମେଲୋଡି ଆଦି ପରିବେଷିତ ହୋଇଥିଲା । ପୂଜା ଅବସରରେ ରାମାୟଣ ପାରାୟଣ, ମୁରାସୁର ଦରବାର, ଅପେରା, ମୀନାବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ଦୋକାନ ପସରା ମଧ୍ୟ ଖୋଲିଥିଲା । ଏଠାକାର ଗଜଲକ୍ଷ୍ମୀ ପୂଜା ଅବସରରେ ଉଭୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅପୂର୍ବ ସମନ୍ଵୟ ଦେଖିବାକୁ ମିଳିଥିଲା । ପୂଜକ ସଚ୍ଚିଦାନନ୍ଦ ପଣ୍ଡା ଓ ସଦାନନ୍ଦ ପଣ୍ଡା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ପୂଜାର ପୂର୍ଣ୍ଣାହୁତି ଯଜ୍ଞ କରିଥିଲେ । ସଦସ୍ୟ ଚିତ୍ତରଞ୍ଜନ ସାହୁ ଓ ରଶ୍ମିତା ସାହୁ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । କମିଟିର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ମା’ ଗଜଲକ୍ଷ୍ମୀଙ୍କୁ ପୂର୍ଣ୍ଣାହୁତି ଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ପୂଜା କମିଟିର ସଭାପତି ଲବ ସାହୁ, ଉପସଭାପତି ଧନଞ୍ଜୟ ସାହୁ, ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ , କୁଶ ସାହୁ , ପ୍ରେମାନନ୍ଦ ଜଟି, ସମ୍ପାଦକ ତ୍ରୟଞ୍ଜୀବ ମିଶ୍ର, ସହସମ୍ପାଦକ ବିଦ୍ୟାଧର ଖୁର୍ଡିଆ, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି ପ୍ରମୁଖ କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ