ପଦ୍ମ ଧରିଲେ ଲମ୍ବୋଦର ନିଆଲ

ନୂଆପଡା: ଗତ କାଲି ରାତିରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶୁଭେଛା ଜଣାଇଥିବା ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ୍ ଗୁରୁବାର ବିଜେପିରେ ସାମିଲ୍ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ସୂଚନା ଅନୁସାରେ ୨୦୨୪ ନିର୍ବାଚନରେ ବିଜେଡି ନେତା ଲମ୍ବୋଦର ନିଆଲ କଳାହାଣ୍ଡି ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିଲେ। ସେ ୪ ଲକ୍ଷ ୧୦ହଜାର ୪୯୦ ଖଣ୍ଡ ଭୋଟ୍ ପାଇଥିଲେ।
ଦିନେ ଦୁଇଦିନ ପୂର୍ବରୁ ବିଜେଡି ଦଳର ନୂଆପଡା ଜିଲ୍ଲା ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ଏବଂ କାଳିଆ ପ୍ରଧାନ ଦଳ ଛାଡିଥିଲେ। କାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିଲା। ସେଥିରେ ଲମ୍ବୋଦର ନିଆଲ୍ ମଧ୍ୟ ସାମିଲ ଥିଲେ। କାଲି ଶୁଭେଚ୍ଛା ଜଣାଇ ଆଜି ବିଜେପିରେ ଦଳର ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।