Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକା ସାଙ୍ଗରେ ଦୁଇ ଦୁଇଟା ଯୁଦ୍ଧ ; ପାକିସ୍ତାନ ଲଢ଼ିବ ଭାରତ ଏବଂ ଆଫଗାନିସ୍ତାନ ସହ ଯୁଦ୍ଧ

U.S. - Pakistan Clean Energy Business Opportunities Conference December 1-2, 2015.

ଇସଲାମବାଦ୍: ପାକିସ୍ତାନରୁ ଏକ ନୂଆ ଖବର ଶୁଣିବାକୁ ମିଳୁଛି।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହି ବୟାନ ଦେଇଛନ୍ତି। ତାଙ୍କର ଏକ ଇଣ୍ଟରଭିଉ ମାଧ୍ୟମରେ ସେ କହିଛନ୍ତି ଯେ , ” ଆମେ ଏକା ସାଙ୍ଗରେ ଆଫ୍‌ଗାନିସ୍ତାନ-ଭାରତ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ। ପାକିସ୍ତାନର ସମା ଟିଭିକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍।

ବୁଧବାର ଆଫଗାନିସ୍ତାନର ତାଲିବାନ ସରକାର ଭାରତ ତରଫରୁ ପାକିସ୍ତାନ ବିରୋଧରେ ସିକ୍ରେଟ ଯୁଦ୍ଧ ଲଢ଼ୁଛି ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଅଭିଯୋଗ କରିଥିଲେ। ଏବେ ସେ ଦୁଇ ଦେଶ ସହ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ସାକ୍ଷାତକାରରେ ଆଫ୍‌ଗାନିସ୍ତାନ ସହ ଚାଲିଥିବା ଯୁଦ୍ଧରେ ଭାରତର କୌଣସି ସମ୍ପୃକ୍ତି ରହିଛି କି ବୋଲି ପଚରାଯିବାରୁ ଖ୍ବାଜା ଆସିଫ୍‌ କହିଥିଲେ ଯେ, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଭାରତ ନିର୍ଦ୍ଦେଶରେ ଆଫ୍‌ଗାନିସ୍ତାନ ଏଭଳି କରୁଥିବାର ଯଥେଷ୍ଟ ସମ୍ଭାବନା ଅଛି।

ଯଦି ଦୁଇ ଦେଶ (ଆଫ୍‌ଗାନିସ୍ତାନ-ଭାରତ) ସହିତ ଯୁଦ୍ଧ ହୁଏ ତେବେ ଏହାର କିପରି ମୁକାବିଲା କରିବେ ସେ ବିଷୟରେ ଆପଣ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ବୈଠକ କରିଛନ୍ତି କି? ବୋଲି ପ୍ରଶ୍ନ କରାଯିବା ପରେ ଆସିଫ୍ କହିଥିଲେ ଯେ, “ହଁ, ରଣନୀତି ପ୍ରସ୍ତୁତ ଅଛି। ମୁଁ ସେଗୁଡ଼ିକ ବିଷୟରେ ସାର୍ବଜନୀନ ଭାବରେ ଆଲୋଚନା କରିପାରିବି ନାହିଁ। କିନ୍ତୁ ଆମେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ।”

ଏହା ପୂର୍ବରୁ ବୁଧବାର ରାତିରେ ଜିଓ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତ୍‌କାରରେ ଆସିଫ୍ କହିଥିଲେ, ଅସ୍ତ୍ରବିରତି ଜାରି ରହିବ କି ନାହିଁ ସେ ନେଇ ମୋର ସନ୍ଦେହ ଅଛି, କାରଣ ଆଫଗାନିସ୍ତାନର ତାଲିବାନକୁ ଦିଲ୍ଲୀ ପ୍ରାୟୋଜିତ କରୁଛି। ବର୍ତ୍ତମାନ କାବୁଲ ଦିଲ୍ଲୀ ପାଇଁ ଛାୟା ଯୁଦ୍ଧ ଲଢୁଛି ବୋଲି ସେ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ