ପଦାକୁ ଆସିଲା ‘SI ପରୀକ୍ଷାର’ କଳା କାରନାମା; କ୍ରାଇମବ୍ରାଞ୍ଚର ଡିଜିଙ୍କ ବଡ ଖୁଲାସା

ଭୁବନେଶ୍ୱର: ବିଗତ କିଛିଦିନ ପୂର୍ବରୁ SI ପରୀକ୍ଷାକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେବାକୁ ଲାଗିଥିଲା। ଏହି କେଳେଙ୍କାରୀ ମାମଲାରେ ଏକ ବଡ ଖୁଲାସା ହୋଇଛି।କେମିତି ଏବଂ କେଉଁଭଳି ଭାବରେ ପିଲାଙ୍କୁ ସେଠାକୁ ଅଣାଯାଇଥିଲା ଓ କିଏ ସେମାନଙ୍କ ସାର୍ଟିଫିକେଟ୍ ସବୁ ରଖିଥିଲା, ସେ ସବୁର ଖୁଲାସା କରିଛନ୍ତି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏସବୁର ଖୁଲାସା କରିଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତି କେମିତି ସ୍କାମ୍ ସାମ୍ରାଜ୍ୟ ଚଲାଇଥିଲେ ସେ କଥା ସବୁ ପଦାକୁ ଆସିଛି।
ଏହି ମାମଲାରେ ଦୀଘା ଓ ବିଜୟନଗରମ୍ ଭଳି ଦୁଇଟି ମଡ୍ୟୁଲ୍ ପ୍ରସ୍ତୁତ ହୋଇଥିଲା। ଅରବିନ୍ଦ ଦାସ ଓ ମୁନା ମହାନ୍ତିଙ୍କୁ ଏହି ସମସ୍ତ ଦାୟିତ୍ବ ମିଳିଥିଲା। ବିଜୟନଗରମ୍ ଯିବା ପାଇଁ ପିଲା ଯୋଗାଡ଼ କରୁଥିଲେ ମୁନା। ସେଦିନ ପିଲାଙ୍କୁ ନେବାକୁ ବସ୍ ବି ବୁକ୍ ମଧ୍ୟ କରାଯାଇଥିଲା ଯାହାକି ମୁନା ନିଜେ କରିଥିଲା। ନିଜ ସ୍କର୍ପିଓରେ ସେମାନଙ୍କୁ ଆଣି ଛାଡ଼ିଥିଲେ ଭୁବନେଶ୍ବରରେ। ସେଠୁ ବସ୍ ଯୋଗେ ପିଲାଙ୍କୁ ନିଆଯାଇଥିଲା। ମୁନା ସହ ଗିରଫ ହୋଇଛନ୍ତି ତାର ନିକଟତର ସହଯୋଗୀ ସୁକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଏବଂ ଜଣେ ଲେଡି ସ୍କାମ୍ ଷ୍ଟାର୍ ସୌମ୍ୟା ପ୍ରିୟଦର୍ଶିନୀ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁସାରେ, ସୌମ୍ୟା ଏହି ସ୍କାମର ଅନ୍ୟତମ ଦଲାଲ ଥିଲା। ପିଲା ଯୋଗାଡ଼ କରିବା ସହ ସେମାନଙ୍କ ସାର୍ଟିଫିକେଟ୍ ମଧ୍ୟ ରଖିଥିଲେ। ଏସବୁ ବାଦ୍ ଶଙ୍କର ପୃଷ୍ଟିର ଭୂମିକା ନେଇ ବି ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଶଙ୍କର ଦିଲ୍ଲୀରେ ବସି ଏହିସବୁ ସ୍କାମ୍ ଚଲାଇଥିଲା। କିନ୍ତୁ ଧରାପଡ଼ିବା ପରେ ଦିଲ୍ଲୀ ଆଖପାଖରୁ ସେ କୁଆଡେ ଗାୟବ ହୋଇ ଯାଇଛି। କିନ୍ତୁ ବେଶି ଦିନ ଆଉ ଲୁଚି ପାରିବନି ବୋଲି ଆତ୍ମବିଶ୍ୱାସର ସହ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି।