Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ଏୟାର ଷ୍ଟ୍ରାଇକରେ ୩ ଆଫଗାନିସ୍ତାନ କ୍ରିକେଟରଙ୍କ ମୃତ୍ୟୁ, ବର୍ଷିଲେ କ୍ୟାପଟେନ…

ନୂଆଦିଲ୍ଲୀ: ଗତ ସପ୍ତାହରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନରେ ବୋମାମାଡ଼ କରିବା ଯୋଗୁ ବହୁ ଧନସମ୍ପତ୍ତି କ୍ଷତି ହୋଇଛି। ଶୁକ୍ରବାର ଦିନ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଉର୍ଗୁନ୍ ଉପରେ ବୋମାମାଡ଼ କରିଥିଲା, ଯେଉଁଥିରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ମୃତ୍ୟୁ ହୋଇଥିଲା।

ଶୁକ୍ରବାର ଦିନ ପାକିସ୍ତାନ ଏବଂ ଆଫଗାନିସ୍ତାନ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। ତଥାପି କିଛି ଘଣ୍ଟା ମଧ୍ୟରେ ପାକିସ୍ତାନ, ଆଫଗାନିସ୍ତାନରେ ଏକ ବଡ଼ ବୋମାମାଡ଼ କରିଥିଲା।ଯେଉଁଥିରେ ଆଠ ଜଣ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୧୦ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ତିନି ଜଣ କ୍ରିକେଟର ଅଛନ୍ତି। ଏହି ଆକ୍ରମଣରେ ମୃତ କ୍ରିକେଟରମାନେ ହେଲେ କବୀର, ସିବଘାଟୁଲ୍ଲା ଏବଂ ହାରୁନ୍। ଏହି ଘଟଣା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ACB) ଶୋକ ପ୍ରକାଶ କରିବା ସହ ଶ୍ରୀଲଙ୍କା ବିପକ୍ଷ ଆଗାମୀ କ୍ରିକେଟ ସିରିଜରୁ ଓହରି ଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ ତିନି ଜଣ ଆଫଗାନିସ୍ତାନ କ୍ରିକେଟର ଉର୍ଗୁନ୍‌ର ବାର୍ମଲ୍ ଜିଲ୍ଲାର ଶରଣାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଖେଳି ଘରକୁ ଫେରୁଥିବା ବେଳେ ପାକିସ୍ତାନୀ ଯୁଦ୍ଧ ବିମାନ ସେମାନଙ୍କ ଉପରେ ବୋମା ବର୍ଷା କରିଥିଲା। ଯେଉଁଥିରେ ସେମାନଙ୍କ ସହିତ ଅନ୍ୟ ଆଠ ଜଣ ପ୍ରାଣ ହରାଇଥିଲେ। ତେବେ କ୍ୟାପଟେନ ରସିଦ ଖାନ କହିଛନ୍ତି ଯେ ସେ ସମ୍ପ୍ରତି ପାକିସ୍ତାନୀ ବିମାନ ଆକ୍ରମଣରେ କ୍ରିକେଟରଙ୍କ ମୃତ୍ୟୁ ପାଇଁ ଗଭୀର ଦୁଃଖିତ। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ମାନବାଧିକାରର ଉଲ୍ଲଂଘନ। ସେ ACBର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି, “ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଓହରିଯିବା ପାଇଁ ACBର ନିଷ୍ପତ୍ତିକୁ ମୁଁ ସମର୍ଥନ କରୁଛି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ