Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକ୍-ଆଫ୍‌ଗାନିସ୍ତାନ ବିବାଦ ସମାଧାନ ମୋ ପାଇଁ ଅତି ସହଜ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକ୍-ଆଫଗାନିସ୍ତାନ ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଯଦି ମୋତେ ଏହାକୁ ସମାଧାନ କରିବାକୁ ପଡ଼େ ତେବେ ଏହା ସମାଧାନ କରିବା ମୋ ପାଇଁ ସହଜ। ଏହା ସହିତ ମୋତେ ଆମେରିକାକୁ ମଧ୍ୟ ଚଳାଇବାକୁ ପଡିବ”।

କିନ୍ତୁ ମୁଁ ଯୁଦ୍ଧ ‌ଶେଷ କରିବାକୁ ଭଲପାଏ। କାରଣ ମୁଁ ଲୋକମାନଙ୍କ ଜୀବନ ବଞ୍ଚାଇବାକୁ ପସନ୍ଦ କରେ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମୁଁ ବଞ୍ଚାଇଛି ମଧ୍ୟ ଏବଂ ମୁଁ ଭାବୁଛି ଆମେ ଏହି ଯୁଦ୍ଧକୁ ମଧ୍ୟ ରୋକିବାରେ ସଫଳ ହେବୁ।” ଟ୍ରମ୍ପଙ୍କ କହିବା ଅନୁସାରେ ସେ ଏହା ପୂର୍ବରୁ ଆଠ ଥର ଯୁଦ୍ଧ ସମାଧାନ କରିଛନ୍ତି ଏହି ଯୁଦ୍ଧ ସମାଧାନ କଲେ ଏହା ନବମ ହେବ। ଇଣ୍ଡିଆ-ପାକିସ୍ତାନର ଯୁଦ୍ଧ ଉପରେ ମଧ୍ୟ କହିଛନ୍ତି।

ଗତ କିଛି ଦିନରୁ ଆରମ୍ଭ ହୋଇଥିବା ପାକିସ୍ତାନ ଓ ଆଫ୍‌ଗାନିସ୍ତାନରେ ଯୁଦ୍ଧରେ ଏବେ ବି ବିରାମ ଲାଗିନାହି। ଆଫ୍‌ଗାନିସ୍ତାନ ଉପରେ ପାକ୍‌ ବାୟୁସେନା ଶୁକ୍ରବାର ରାତିରେ ପୁଣିଥରେ ଆକ୍ରମଣ କରିଛି। ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି କରିବାକୁ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ସହମତି ପ୍ରକାଶ କରିବାର ମାତ୍ର କିଛି ଘଣ୍ଟା ପରେ ପାକ୍‌ ସେନା ତା’ର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍‌ରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଏକାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ୩ଜଣ ଆଫ୍‌ଗାନିସ୍ତାନ କ୍ରିକେଟର ମଧ୍ୟ ରହିଛନ୍ତି। ପାକିସ୍ତାନର ଏଭଳି ଧୋକାକୁ ଆଫ୍‌ଗାନିସ୍ତାନ ନିନ୍ଦା କରୁଥିବା ବେଳେ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇବା ନେଇ ରାଷ୍ଟ୍ରପତି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସୂଚନା ଅନୁସାରେ, ପାକଟିକା ପ୍ରଦେଶରେ ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେରେ ୩ ଆଫ୍‌ଗାନୀ କ୍ରିକେଟରଙ୍କ ସମେତ ଅନ୍ୟ ୧୭ ଜଣ ନିର୍ଦ୍ଦୋଷଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ବିମାନ ଆକ୍ରମଣ ପରେ ତାଲିବାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅସ୍ତ୍ରବିରତି ଶେଷ ହୋଇଛି ଏବଂ ପାକିସ୍ତାନ ପ୍ରଥମେ ଏହାର ଉଲ୍ଲଂଘନ କରିଥିବାରୁ ଆମେ କଡ଼ା ଜବାବ ଦେବୁ। ଏହା ପୂର୍ବରୁ ଆଫଗାନିସ୍ତାନ ଶାନ୍ତି ପାଇଁ ସହମତି ହୋଇଥିଲା। ପାକ୍-ଆଫଗାନିସ୍ତାନ ସୀମାରେ ଥିବା ଅରଗୁନ୍ ଏବଂ ବର୍‌ମାଲ ଜିଲ୍ଲାର ଅନେକ ଘର ବୋମାମାଡ଼ରେ ଧ୍ବଂସ ହୋଇଯାଇଛି।

ପାକ୍‌ ଆକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ତାଲିବାନ ପ୍ରଶାସନ କହିଛି। ଅନ୍ୟପକ୍ଷରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ବଢୁଥିବା ଭୟାନକ ଉତ୍ତେଜନାକୁ କମ୍ କରିବା ପାଇଁ କତରର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ