Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ପତ୍ର ଦାଖଲ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଶନିବାର ଦିନ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ଅବସରରେ ଦଳ ପକ୍ଷରୁ ଆୟୋଜିତ ଏକ ମେଗା ଶୋ’ର ଆୟୋଜନ କରାଯାଇଥିଲା।

ଜୟଙ୍କ ଗାଡ଼ି ଆଗରେ ଦେଖିବାକୁ ମିଳିଛି ବାପାଙ୍କ ଫଟୋଚିତ୍ର। ଖରିଆର ରୋଡରୁ ଉପ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ବିଶାଳ ରାଲିଲେ ହଜାର ହଜାର ଲୋକେ ସାମିଲ ହୋଇଥିଲେ।

ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜ ସମର୍ଥକମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି। ଏହି ଅବସରରେ ତାଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ମାଝୀ ଓ ବରିଷ୍ଠ ସଦସ୍ୟ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ନଭେମ୍ୱର ୧୧ରେ ହେବ ନୂଆପଡ଼ା ଉପନିର୍ବାଚନ। ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ ଗଣତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ