Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇମେଲରେ ‘xx’କୋଡକୁ ଚୁମ୍ବନ ଭାବିଲେ ବସ୍, ଇସାରା କରିବାରୁ କେସ୍ କଲେ ମହିଳା ଆଇଟି କର୍ମଚାରୀ

ନୂଆଦିଲ୍ଲୀ: ଲଣ୍ଡନର ଆଇଟି ସେକ୍ଟରରେ କାମ କରୁଥିବା ଜଣେ ମହିଳା ନିଜ ବସଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ମୋକଦ୍ଦମା ଦାୟର କରିଛନ୍ତି। ମହିଳା ଜଣକ ନିଜ ବସଙ୍କ ନିକଟକୁ ଏକ ମେଲ୍ କରିଥିଲେ, ଯେଉଁଥିରେ ସେ ଏକ କୋର୍ଡ ଓ୍ଵାର୍ଡ ଭାବେ ‘xx’ବ୍ୟବହାର କରିଥିଲେ। କିନ୍ତୁ କମ୍ପାନୀର ଅଧିକାରୀ ଏହାକୁ ଚୁମ୍ବନ ବୋଲି ଭାବିଲେ ଏବଂ ମହିଳା କର୍ମଚାରୀଙ୍କୁ ଚୁମ୍ବନ ପାଇଁ ଇସାରା କରିଥିଲେ।

ୟୁକେର ଏହି ଆଇଟି କର୍ମଚାରୀ କରୀନା ଗେସ୍ପାରୋଭା ଦାବି କରିଛନ୍ତି ଯେ, essDOCS ଆଇଟି ଫର୍ମର ସହ ପ୍ରମୁଖ ତଥା ପୂର୍ବତନ ସିଇଓ ଆଲେକଜାଣ୍ଡାର ଗୋଲେନଡ୍ରିସ୍ ‘xx’ କୋଡକୁ ଯୌନ କାମ ଭାବିବା ସହ ମୋ ସହିତ ଦୁର୍ବ୍ୟବହାର କରିଛନ୍ତି। ସେ ଟ୍ରାଇବ୍ୟୁନାଲରେ ଗୋଲେନଡ୍ରିସଙ୍କ ବିରୋଧରେ ମୋକଦ୍ଦମା ଦାୟର କରିଥିଲେ। ହେଲେ ତାଙ୍କର ସମସ୍ତ ଦାବିକୁ ଅଗ୍ରାହ୍ୟ କରାଯାଇଥିଲା। ତେଣୁ କରୀନା ଗେସ୍ପାରୋଭା କମ୍ପାନୀରୁ ଇସ୍ତଫା ଦେଇଛନ୍ତି।

ଲଣ୍ଡନର ରୋଜଗାର ନ୍ୟାୟାଧିକରଣ ଏମିତି ଅଭିଯୋଗକୁ ଦୈନନ୍ଦୀନ ଜୀବନରେ ଏକ ସାଧାରଣ ଘଟଣା ବିବେଚନା କରି ଖାରଜ କରିଛନ୍ତି। କୋର୍ଟ କହିଛନ୍ତି କମ୍ପାନୀର ଅଧିକାରୀ ଭୁଲବଶତଃ ‘xx’ଏହାକୁ ଚୁମ୍ବନ ବୋଲି ଭାବି ନେଇଥିଲେ। ତେଣୁ ମାମଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ