Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଲାତରା ଗ୍ରାମରେ ବଜ୍ରାଘାତରେ ୨୨ଛେଳି ମୃତ, ୩ ଆହତଅଳ୍ପକେ ବର୍ତିଲେ ଛେଳି ଚରାଲି।

କଳାହାଣ୍ଡି,୨୧/୧୦
କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଅଲାତରା ଗ୍ରାମ ରେ ସୋମବାର ବଜ୍ରାଘାତ ଯୋଗୁଁ ୨୨ ଟି ଛେଳି ର ମୃତ୍ୟୁ ଘଟିଥିବା ବେଳେ ୩ ଛେଳି ଆହତ ହୋଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ ଗ୍ରାମର ଜନକ ଭୋଇ ଓ ବିରଞ୍ଚି ମାଝୀ ମିଶି ୧୦ ଜଣ ଗ୍ରାମବାସୀଙ୍କର ଛେଳିଗୁଡ଼ିକୁ ଚରାଇବା ପାଇଁ ସୁନାମୁଖି ଜଙ୍ଗଲ ଅଞ୍ଚଳକୁ ନେଇଥିଲେ। ଏହି ସମୟରେ ଅଚାନକ ଘଡଘଡି ସହିତ ବଜ୍ରପାତ ହେବାରୁ ଛେଳିଗୁଡ଼ିକ ଏକାଠି ହୋଇଥିଲେ ଓ ହଟାତ୍ ବଜ୍ରାଘାତ ହୋଇ ଛେଳି ଗୁଡ଼ିକ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଛେଳି ଚରଲି ମାନେ କହିଛନ୍ତି।ଘଟଣା ସମ୍ବନ୍ଧରେ ଖବର ପାଇ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଜିତେନ୍ଦ୍ର ନାଗ ପହଞ୍ଚି ମୃତ ଛେଳି ମାନଙ୍କ ପୋଷ୍ଟମର୍ଟମ କରିଥିବା ଦେଖିବାକୁ ମିଳିଛି। ଗ୍ରାମର ବିରଞ୍ଚି ମାଝୀଙ୍କର ୫ ଗୋଟି, ସୁରେନ୍ଦ୍ର ଭୋଇଙ୍କର ୪ଗୋଟି, କିଶୋର ପଟେଲଙ୍କର ୨ଗୋଟି, ମାଗସିର ନାଗଙ୍କର ୨ଗୋଟି, ଜଗନ୍ନାଥ ଭୋଇଙ୍କର ୪ଗୋଟି, ଜଗବନ୍ଧୁ ଭୋଇଙ୍କର୧ଗୋଟି, ସାଧୁ ରଣାଙ୍କର ୧ ଗୋଟି, ହରିଶ୍ଚନ୍ଦ୍ର ଭୋଇଙ୍କର ୨ଗୋଟି ଓ ଚୈତନ୍ୟ ପଟେଲଙ୍କର ୧ ଗୋଟି ଥିବା ଜଣାପଡ଼ିଛି।ଏଣୁ ପ୍ରଶାସନ ପକ୍ଷରୁ ମୃତ ପଶୁମାନଙ୍କ ମାଲିକଙ୍କୁ ସହାୟତା ଯୋଗାଇବା ପାଇଁ ଗ୍ରାମ ବାସୀ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ