ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ହେବନି ବୈଠକ, ଜାଣନ୍ତୁ କଣ ରହିଛି କାରଣ…

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହଙ୍ଗେରୀରେ ହେବାକୁ ଥିବା ଏକ ବୈଠକକୁ ବର୍ତ୍ତମାନ୍ ପାଇଁ ସ୍ଥଗିତ କରାଯାଇଥିବା ନେଇ ସୂଚନା ମିଳିଛି।
ତେବେ ଏହି ବୈଠକରେ ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ କରିବା ନେଇ ଆଲୋଚନା ହେବାକୁ ଥିବା ନେଇ ସୂତ୍ରରୁ ଜଣାପଡ଼ିଛି। ଟ୍ରମ୍ପ କହିଛନ୍ତି ଯେ ସେ ଏହି ବୈଠକ କରି ରୁଷ ରାଷ୍ଟ୍ରପତିଙ୍କ ସମୟ ନଷ୍ଟ କରିବାକୁ ଚାହୁଁ ନାହାନ୍ତି। ତେଣୁ ସେ ଏହି ବୈଠକକୁ ବର୍ତ୍ତମାନ୍ ପାଇଁ ସ୍ଥଗିତ ରଖିଛନ୍ତି। ଗତ କିଛି ଦିନ ତଳେ ଉଭୟ ଫୋନ ଯୋଗେ କଥା ବାର୍ତ୍ତା ହୋଇଥିଲେ ଓ ଦୁଇ ସପ୍ତାହ ମଧ୍ୟରେ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ପୁଟିନଙ୍କ ସହ ସାକ୍ଷାତ କରିବା ନେଇ ଟ୍ରମ୍ପ ଘୋଷଣା ମଧ୍ୟ କରିଥିଲେ।
ଏଥିସହିତ ଆଗାମୀ ଦିନରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ସାକ୍ଷାତର କୌଣସି ଯୋଜନା ନାହିଁ ବୋଲି ମଧ୍ୟ ମଙ୍ଗଳବାର ଜଣେ ହ୍ୱାଇଟ୍ ହାଉସ ଅଧିକାରୀ ସୂଚନା ଦେଇଛନ୍ତି।