Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଉତ୍ତର କୋରିଆ, ଚିନ୍ତାରେ ବିଶ୍ଵ ନେତା…

ସିଓଲ: ଆସନ୍ତା ସପ୍ତାହରେ ହେବାକୁ ଥିବା ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ସମ୍ମିଳନୀ ଚଳିତ ବର୍ଷ ଦକ୍ଷିଣ କୋରିଆ ଆୟୋଜନ କରୁଛି। ଏଥିରେ ଅନେକ ବଡ ବଡ ନେତା ଯୋଗ ଦେବାର ମଧ୍ୟ ସମ୍ଭାବନା ରହିଛି।

ତେବେ ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ନେତାମାନେ ଦକ୍ଷିଣ କୋରିଆ ଗସ୍ତରେ ଯିବା ପୂର୍ବରୁ ଉତ୍ତର କୋରିଆ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ବୁଧବାର ଦିନ ହୋଇଥିଲା ଓ ପାଞ୍ଚ ମାସ ମଧ୍ୟରେ ଏହା ଦେଶର ପ୍ରଥମ ପରୀକ୍ଷଣ ବୋଲି ଜଣାପଡ଼ିଛି। କ୍ଷେପଣାସ୍ତ୍ରଗୁଡ଼ିକ ପ୍ରାୟ ୩୫୦ କିଲୋମିଟର ଉତ୍ତର-ପୂର୍ବ ଦିଗରେ ଉତକ୍ଷେପଣ କରାଯାଇଥିଲେ ମଧ୍ୟ ସେଗୁଡ଼ିକ କେଉଁଠାରେ ପଡ଼ିଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ ବୋଲି ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟ କର୍ମଚାରୀ କହିଛନ୍ତି।

ଅପରପକ୍ଷେ ଆମେରିକା ସହିତ ମିଶି ଉତ୍ତର କୋରିଆର ଯେକୌଣସି ଉତ୍ତେଜନାର ଜବାବ ଦେବାକୁ ପ୍ରସ୍ତୁତ ଅଛି ବୋଲି ଦକ୍ଷିଣ କୋରିଆ ସେନା କହିଛନ୍ତି। ତେବେ ଉତ୍ତର କୋରିଆ ସାଧାରଣତଃ କୋରିଆ ଉପଦ୍ୱୀପ ଏବଂ ଜାପାନ ମଧ୍ୟରେ ଥିବା ଜଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥାଏ ଓ ଏହା ପଡ଼ୋଶୀ ଦେଶଗୁଡ଼ିକୁ କୌଣସି କ୍ଷତି ପହଞ୍ଚାଇ ନଥାଏ। ଜାପାନର ନୂତନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯେ ଜାପାନ ଆମେରିକା ଏବଂ ଦକ୍ଷିଣ କୋରିଆ ସହ ଯୋଗାଯୋଗ ରଖି ରିଅଲ୍-ଟାଇମ୍ କ୍ଷେପଣାସ୍ତ୍ର ଚେତାବନୀ ଜନିତ ତଥ୍ୟ ବାଣ୍ଟିଥାଏ ଓ ବର୍ତ୍ତମାନ୍ କୌଣସି କ୍ଷେପଣାସ୍ତ୍ର ଜାପାନୀ ଜଳଭାଗ କିମ୍ବା ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ପହଞ୍ଚି ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।ଉତ୍ତର କୋରିଆର ନେତା କିମ୍ ଜଙ୍ଗ ଉନ୍ ଏହାର ପରମାଣୁ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ଦ୍ଵାରା ଗତ କିଛି ମାସ ମଧ୍ୟରେ କୋରିଆ ଉପଦ୍ୱୀପରେ ଏହା ଉତ୍ତେଜନାକୁ ଯଥେଷ୍ଟ ବୃଦ୍ଧି କରିଛି।

ତେବେ ଚଳିତ ବର୍ଷ ଉତ୍ତର କୋରିଆ ମଧ୍ୟ ଏହାର ନୂତନ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ପରୀକ୍ଷଣ କରିଥିଲା ଓ କିମ୍ ନିଜେ ପରୀକ୍ଷଣ ସ୍ଥାନରେ ଉପସ୍ଥିତ ଥିଲେ। ICBM ହେଉଛି ଏକ ପ୍ରକାରର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯାହା ମହାଦେଶୀୟ ସୀମା ମଧ୍ୟରେ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ