ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ବନ୍ଦ

କେଦାରନାଥ: ଆଜି ଗୁରୁବାର ସକାଳ ୮ଟା ୩୦ମି.ରେ ଶ୍ରୀ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଇଛି। ଏହା ପୂର୍ବରୁ ବୈଦିକ ଜପ, ପ୍ରାର୍ଥନା ଏବଂ ଧାର୍ମିକ ପରମ୍ପରା ଅନୁସରଣ କରି ଶୀତ ଋତୁ ପାଇଁ ଦ୍ୱାର ଆନୁଷ୍ଠାନିକ ଭାବରେ ବନ୍ଦ କରାଯାଇଥିଲା। ସକାଳ ୪ ଟାରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ ପୂଜା ସହିତ ସମାପନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ସମାପନ ଉତ୍ସବରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଜିଲ୍ଲା ମାଜିଷ୍ଟ୍ରେଟ୍ ରୁଦ୍ରପ୍ରୟାଗ ପ୍ରତୀକ ଜୈନ, ପୋଲିସ ଅଧୀକ୍ଷକ ଅକ୍ଷୟ କୋଣ୍ଡେ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକେଟିସି ବିଜୟ ଥାପଲିୟାଲ୍, ଧାମରେ ପହଞ୍ଚିଥିବା ପୁରୋହିତ ଏବଂ ଭକ୍ତମାନେ ଉପସ୍ଥିତ ଥିଲେ।ଦ୍ୱାର ବନ୍ଦ ହେବା ପରେ, ବାବା କେଦାରନାଥଙ୍କ ଦୋଳି କେଦାରନାଥ ଧାମରୁ ଉଖିମଠର ଓଁକାରେଶ୍ୱର ମନ୍ଦିର ପାଇଁ ପ୍ରସ୍ଥାନ କରିଥିଲା। ଦୋଳିର ପ୍ରଥମ ରହଣି ରାମପୁରରେ ହେବ।
ଦୋଳି ଆସନ୍ତାକାଲି ଗୁପ୍ତକାଶୀରେ ପହଞ୍ଚିବ ଏବଂ ଅକ୍ଟୋବର ୨୫ ତାରିଖରେ ଦୋଳି ଏହାର ଆସନ, ଓଁକାରେଶ୍ୱର ମନ୍ଦିର, ଉଖିମଠରେ ପହଞ୍ଚିବ।