Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘାରିଛି ରିଲ୍ସ ନିଶା; ସମୁଦ୍ରରେ ବୁଡୁବୁଡୁ ଅଳ୍ପକେ ବର୍ତିଲେ ଯୁବକ

ଭୁବନେଶ୍ବର: ଆଜିକାଲିର ଯୁବପିଢିଙ୍କୁ ରିଲ୍ସ ନିଶା ବେଶ ଘାରିଛି। ତେବେ ଏହି ନିଶା ଯେ କେତେ ଲୋକଙ୍କ ଜୀବନ ନେଲାଣି ତାହା କହିବା ମଧ୍ୟ କଷ୍ଟ। ବର୍ତ୍ତମାନର ସମୟରେ ଭାଇରାଲ ହେବାକୁ ହେଲେ ରିଲ୍ସ କର ,ତାକୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କର। ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ।

ଏମିତି ନିଶା ମାତିଛି ଯେ ନା ମାନୁଛନ୍ତି ରାସ୍ତାଘାଟ ନା ସ୍ଥାନ କାଳ ପାତ୍ର , କିଏ ଟ୍ରେନ ଲାଇନରେ ତ ଆଉ କିଏ ରିଲ୍ସ କରିବା ପାଇଁ ସମୁଦ୍ର ଭିତରକୁ ପଶିଯାଉଛନ୍ତି। ଏହିପରି ଏକ ସମାନ ଘଟଣା ଘଟିଯାଇଛି ପୁରୀ ସମୁଦ୍ର କୂଳରେ। ଆଜ୍ଞା ହଁ ! ରିଲ୍ସ ନିଶାରେ ସମୁଦ୍ର ଭିତରକୁ ସ୍କୁଟି ନେଇ ଜଣେ ଯୁବକ ପଶିଯାଇଥିଲେ। ଏହି ସମୟରେ ସମୁଦ୍ରରେ ଲହଡ଼ି ମାଡ଼ି ଆସିଥିଲା। କିଛି ଅଘଟଣ ଘଟିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ସେଠାରୁ ଟାଣି ଆଣିଥିଲେ। ଯୁବକଙ୍କ ସହ କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ