ନୂଆପଡ଼ା ହାତେଇବାକୁ ବିଜେପିର କସରତ, ୮ ମନ୍ତ୍ରୀଙ୍କୁ ମିଳିଲା ୮ ଜୋନର ଦାୟିତ୍ୱ

ନୂଆପଡ଼ା: ନୂଆପଡ଼ା ଜିତିବାକୁ ବିଜେପି ଜୋରଦାର କସରତ ଚଳାଇଛି। ଏଥିପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦିଆଯାଇଛି। ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ନୂଆପଡ଼ାରେ ରହିବେ ଏହି ଦୁଇ ନେତା।
ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରେ ବଞ୍ଜରୀ ପାଇଁ ରବି ନାରାୟଣ ନାଏକଙ୍କୁ ଦାୟିତ୍ୱ ମିଳିଥିବାବେଳେ ସୁନାଦେଶ ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦିଆଯାଇଛି। ପାତାଳେଶ୍ୱର ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଏବଂ ଖରିଆର ରୋଡ୍ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।