Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଫଳ ରୂପାୟନ ପାଇଁ ଗୌରକେଲl ରେ ସ୍ଵତନ୍ତ୍ର ଗ୍ରାମସଭା

ବୀରମହାରାଜପୁର : ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଫଳ ରୂପାୟନ ପାଇଁ ବୀରମହାରାଜପୁର ବ୍ଲକ ଗୌଡ କେଲା ଗ୍ରାମ ରେ ଆଜି ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟ ରେ 21 ଜଣିଆ ଗ୍ରାମ୍ୟ ସ୍ତରୀୟ ଅଭିସରଣ କମିଟି ଗଠନ କରାଯାଇଛି। ବୀରମହାରାଜପୁର ବ୍ଲକ୍ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ସତ୍ୟନାରାୟଣ ପଧାନ ସଭା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସରପଞ୍ଚ ଶ୍ରୀମତି କର୍ମୀ ଗୌଡ କେଳା ରାଜସ୍ବ ଗ୍ରାମ ର ସମସ୍ତ ଟଫସିଲ ଭୁକ୍ତ ଆଦିବାସୀ ବାସ କରୁଥିବା ପଡା ରେ ପିଇବା ପାଣି ଯୋଗାଣ , ଗ୍ରାମ୍ୟ ସଂଯୋଗିକରଣ , ଜୀବିକା ର ମାନବୃଦ୍ଧି , ମହିଳା ସଶକ୍ତିକରଣ , ଶିକ୍ଷ ା, ସ୍ବାସ୍ଥ୍ୟ , ପରିମଳ ଓ ଗୋଷ୍ଠୀ ସମସ୍ୟା , ସାମାଜିକ ସୁରକ୍ଷା , ଗ୍ରାମୀଣ ଆବାସ ସମ୍ପର୍କିତ ସମସ୍ୟା ଓ ଉନ୍ନୟନ ପ୍ରସ୍ତାବ ଆଗତ କରିବାକୁ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଥିଲେ । ୱର୍ଡ ସଭ୍ୟ ସୁଶାନ୍ତ ଜଗଦଲା ଓ ଗ୍ରାମବାସୀ, ରଘୁନାଥ ପୁର୍ ସମସ୍ତ ପଡା ବlସି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବ୍ଲକ୍ ଏପିଓ ଅମୃତଂ।ସୁ ପାତ୍ର , ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ, ଏ ଡି ଇ ଓ ଙ୍କ ସମେତ ସାଂସଦ ପ୍ରତିନିଧି ନଳନି ପଣ୍ଡl , ବି ଜେ ପି ଜିଲ୍ଲା ସଭାପତି ବେଣୁଧର ଦାସ ପ୍ରମୁଖ ନିଜ ନିଜ ମତ ମନ୍ତଵ୍ୟ ରଖି ଥିଲେ । ଗ୍ରାମ୍ୟ ଅଙ୍ଗନବାଡ଼ି କର୍ମୀ , ଶିକ୍ଷକ , ମହିଳା ସ୍ବୟଂ ସହୟିକା ଦଳ ସଭ୍ୟା ଓ ଗ୍ରlମବ।ସି ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରି ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ମନୋନୀତ ଗୌଡ କେଳା ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଗଠନ ରେ ଭାଗିଦାରୀ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories