Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ହେବ ଆଳୁ ଚାଷ , ପଶ୍ଚିମବଙ୍ଗ ଉପରେ ନିର୍ଭର କରିବନି ଓଡ଼ିଶା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଯୋଜନାରେ ଓଡ଼ିଶା ହେବ ‘ବିହନ ହବ’। ଏ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ଏବେ ଡାଲି ସହିତ ଆଳୁ ଚାଷରେ ମଧ୍ୟ ଆତ୍ମନିର୍ଭର ହେବାକୁ ଯାଉଛି ଓଡ଼ିଶା। ୩ ଲକ୍ଷ କୁଇଣ୍ଟାଲର ଉର୍ନ୍ନତମାନ ଆଳୁ ବିହନ ଚାଷ ପାଇଁ ଚାଷୀଙ୍କୁ ଆଗୁଆ ବିହନ ଯୋଗାଇଦେବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନିର୍ଦ୍ଦେଶ।

ଚଳିତ ବର୍ଷ ୫୦ ହଜାରରୁ ଅଧିକ ଜମିରେ ଆଳୁ ଚାଷ କରିବାର ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଏ ନେଇ ସବୁ ଜିଲ୍ଲାର ଚାଷୀଙ୍କ ଆବଶ୍ୟକତା ଅନୁସାରେ କୃଷି ବିଭାଗକୁ ତଥ୍ୟ ପଠାଯିବ। ଆବଶ୍ୟକତା ଅନୁସାରେ ବ୍ଲକକୁ ବିହନ ଯୋଗାଇ ଦିଆଯିବ। ଚଳିତ ବର୍ଷ ନଭେମ୍ବର ମାସର ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତି ରଖାଯାଇଛି। ଏହା ସହିତ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା ଏବଂ ୩୦୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ଚାଷ କରିବାର ଯୋଜନା ପ୍ରସ୍ତୁତି କରାଯାଇଛି। ଯଦି କୌଣସି ସ୍ଥାନରେ ବିହନର ଆଵଶ୍ୟକତା କମ୍ ପଡିବ କିମ୍ବା ବିହନ ଅଭାବ ଦେଖାଯିବ ତାହାଲେ କୃଷି ବିଭାଗ ଦ୍ୱାରା ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବର -୧୫୫୩୩୩ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ବୈଠକରେ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, କୃଷି ବିଭାଗ, ଉଦ୍ୟାନ ନିର୍ଦ୍ଦେଶାଳୟ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ICRISAT, ICARDA ର ବରିଷ୍ଠ ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ