Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ଙ୍କ ରୋଗ ଯନ୍ତ୍ରଣା ସହିନପାରି ଜୀବନ ହାରିଲେ ଯୁବକ

ସମ୍ବଲପୁର : ମା’ ଙ୍କର ରୋଗ ଯନ୍ତ୍ରଣା ସହି ନପାରି ପୁଅର ଆତ୍ମହତ୍ୟା ଅଭିଯୋଗ। ବୁର୍ଲା ପାୱାର କେନାଲକୁ ଡେଇଁ ୨୨ ବର୍ଷୀୟ ଯୁବକ ସୌରଭ ସମ୍ବିତ ତ୍ରିପାଠୀ ଜୀବନ ହାରିଛନ୍ତି। ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀ ଗତ ୨୨ ତାରିଖରୁ ନିଖୋଜ ହୋଇଥିଲେ। ସୂଚନା ଅନୁସାରେ ସୌରଭ ଭିମସାର ଡାକ୍ତରଖାନାକୁ ମା ‘ଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ସୌରଭଙ୍କ ମା’ କିଡନୀ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ବୁଧବାର ରାତି ୧୦ଟାରେ ସୌରଭ ଡାକ୍ତରଖାନାରୁ କେଉଁଆଡ଼େ ଚାଲି ଯାଇଥିଲେ।

ଆଉ ମା’ଙ୍କ ପାଖକୁ ପୁଅ ସୌରଭ ସମ୍ବିତ ତ୍ରିପାଠୀଙ୍କ ଶେଷ ମେସେଜ ଥିଲା – ମା’ ମୁଁ ତୁମ ଦୁଃଖ ଆଉ ସହି ପାରୁନି, କେନାଲକୁ ଡେଇଁ ମୋ ଜୀବନ ହାରିବି ”- ଏହି ବାର୍ତ୍ତାକୁ ଆଧାର କରି ଶୁକ୍ରବାର ସକାଳୁ ତାଙ୍କୁ ପାୱାର କେନାଲରେ ଖୋଜା ଚାଲିଥିଲା । ଆଜି ସକାଳେ କେନାଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ