ଦୁରଦୁରା ବାଲି ଘାଟ ରେ ବେଆଇନ ଜଙ୍ଗଲ ଜମି ଖନନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଂଚାୟତ ଦୂରଦୁରା ବାଲିଘାଟରେ ବେଆଇନ ଭାବରେ ଜଙ୍ଗଲ ଜମି ଖୋଳା ଯାଉଥିବା ଦେଖିବା ମିଳିଛି ଓ ଏହିଠାରେ ପ୍ରଶ୍ନ ଉଠୁଛି କାହାର ବଳରେ ଏହିଭଳି ବେଆଇନ କାର୍ଯ୍ୟ କରିବା ପାଇଁ କିଏ ଏହି ପଛରେ ଅଛି l ବଲାଙ୍ଗୀର ଡି. ଡି. ଏମ. ବୀର ତୀର୍କୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ମୁଁ ସୁବର୍ଣ୍ଣପୁର ମାଇନିଙ୍ଗ ଅଫିସର କୁ ପଚାରି କହୁଛି ବୋଲି କହି ଫୋନ କାଟିଦେଲେ ଓ ମାଇନିଙ୍ଗ ଅଫିସର ସୁବର୍ଣ୍ଣପୁର ଙ୍କୁ ଯୋଗାଯୋଗ କରିବାରୁ ସୁଇଚ ଅଫ l ଏହିପରି ଭାବରେ ଜଙ୍ଗଲ ଜମି ଖୋଳି ବଡ ଗର୍ତ୍ତ ସୃଷ୍ଟି ହେଲେ ଛେଳି. ଗାଈ ଗୋରୁ ଓ ହାତୀ ଗର୍ତ୍ତରେ ପଡିବା ସହିତ ଜୀବନ ହାନି ହେବାରେ କୌଣସି ସନ୍ଦେହ ନାହଁ l ଏହି ବେଆଇନ କାର୍ଯ୍ୟ ପାଇଁ ମାଇନିଙ୍ଗ ଅଫିସର. ଜଙ୍ଗଲ ବିଭାଗ. ରାଜସ୍ବ ବିଭାଗ ଙ୍କ ନଜର କାହିଁକି ପଡୁନାହିଁ ବୋଲି ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଓ ଜିଲ୍ଲା ପ୍ରଶାସନ ଙ୍କ ଶୀଘ୍ର ଦୃଷ୍ଟି ପଡ଼ୁ ବୋଲି ଦାବୀ ମଧ୍ୟ କରୁଛନ୍ତି l ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ କିପରି ପଦକ୍ଷେପ ଗ୍ରହଣ କରୁଛନ୍ତି l

