ଜଟେସିଂହା କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା କ୍ଲଷ୍ଟର ଅନ୍ତର୍ଗତ ବଡଖମାର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ କେଶବ ସାହୁ ଗତ ସେପ୍ଟେମ୍ବର ମାସ ୩୦ ତାରିଖ ଚାକିରିରୁ ଅବସର ଗ୍ରହଣ କରିଛନ୍ତି l ଏହି ଅବସରରେ ଶନିବାର ସି ଆର ସି ସି ଅନନ୍ତ ତାଣ୍ଡିଆ ଙ୍କ ସଭାପତିତ୍ବରେ ସ୍ଥାନୀୟ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସାମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଜଟେସିଂହା ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପୀନାଥ ଚାନ୍ଦ , ଡୁମୁରି ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଭୋଇ , ବଡ଼ଖାମର ଉପ୍ରl ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାସବିହାରୀ ମେହେର , ବଡଖମାର ପ୍ରଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ଦୀପ ମଞ୍ଚାସିନ ଥିଲେ l ମଞ୍ଚାସିନ ଶିକ୍ଷକ ଙ୍କ ସହିତ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କେଶବ ସାହୁ ଙ୍କ ଶିକ୍ଷକତା ଜୀବନର ସ୍ମୁତିଚାରଣ କରିଥିଲେ l ଶେଷରେ ଦିଗାମ୍ବର ବିଶି ଧନ୍ୟବାଦ ଅର୍ପଣ କରିଥିଲେ l

