Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଲମାନଙ୍କୁ ପାକ୍ ସରକାର ଆତଙ୍କବାଦୀ ବୋଲି କଲା ଘୋଷଣା

ସିନେ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅଭିନେତା ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ବୋଲି ଘୋଷଣା କରିବା ପରେ ଭାରତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି ।

ରାଜନୀତିରେ ନେତା ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ବେଳେ ଅନେକ ଅଭିଯୋଗ ହୋଇଥାଏ । ହେଲେ ଜଣେ ଅଭିନେତାଙ୍କୁ କାହିଁକି ପାକିସ୍ତାନ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିବା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର କରିବା ପରେ ଏବେ ଆଫଗାନିସ୍ତାନ ବି ପାକିସ୍ତାନ ଉପରେ ଆକ୍ରମଣ କରୁଛି । ଏହା ଭିତରେ ପାକିସ୍ତାନର ପ୍ରାନ୍ତ ରାଜ୍ୟ ବେଲୁଚିସ୍ତାନ ପାକିସ୍ତାନରୁ ଅଲଗା ହୋଇ ନୂତନ ଦେଶ ଗଠନ କରିବାକୁ ଆନ୍ଦୋଳନ ଜାରି ରଖିଛି । ହେଲେ ଏହା ଭିତରେ ସଲମାନ ଖାନ ସାଉଦି ଆରବର ଏକ ଷ୍ଟେଜ ସୋ’ରେ ବେଲୁଚିସ୍ତାନକୁ ଏକ ସ୍ୱତନ୍ତ୍ର ଦେଶ ବୋଲି କହିଥିଲେ । ଏହାକୁ ନେଇ ପାକିସ୍ତାନ ବିଳିବିଳାଉଛି । ଶେହବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ଏନେଇ ପାକିସ୍ତାନ ଗୃହମନ୍ତ୍ରଣାଳୟ ତରଫରୁ ଏକ ନୋଟିସ ଜାରି କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ