Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ବନ୍ଧ ନେଇ ମୁହଁ ଖୋଲିଲେ ରଶ୍ମିକା ମନ୍ଦାନା

ହାଇଦ୍ରାବାଦ,୨୯|୧୦ : ତେଲୁଗୁ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପ୍ରେମକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟିଛି| ଆଗକୁ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ଥମ୍ମା’ର ପ୍ରମୋସନ ସମୟରେ ରଶ୍ମିକାଙ୍କର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ରଶ୍ମିକାଙ୍କୁ ଯେତେବେଳେ ନିର୍ବନ୍ଧ ପ୍ରସଙ୍ଗରେ ଏକ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ ରଶ୍ମିକା ସ୍ମିତହାସ୍ୟରେ କହିଥିଲେ, ‘ଏ ବିଷୟରେ ବହୁ ପୂର୍ବରୁ ସମସ୍ତେ ଜାଣିଛନ୍ତି।’
ତାଙ୍କର ଏହି ସଂକ୍ଷିପ୍ତ ମନ୍ତବ୍ୟକୁ ଦର୍ଶକ ମାନେ ନିର୍ବନ୍ଧର ଏକ ପ୍ରକାରର ସ୍ୱୀକୃତି ବୋଲି ମାନୁଛନ୍ତି।

ରିପୋର୍ଟ ଅନୁସାରେ, ଏହାର କିଛି ସପ୍ତାହ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୩ ତାରିଖରେ ପରିବାର ଓ ଅତି ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟ ଲୁଚାଛପାରେ ନିର୍ବନ୍ଧ କରିସାରିଛନ୍ତି |

ରଶ୍ମିକା ତାଙ୍କ ପୋଷା କୁକୁର ‘ଅରା’ ସହ ଏକ ଭିଡିଓ କିଛିଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ସେହି ଭିଡିଓରେ ତାଙ୍କ ବାମ ହାତର ଆଙ୍ଗୁଠିରେ ଥିବା ଚକ୍‌ଚକ୍ ହୀରା ମୁଦିକୁ ଫ୍ୟାନ୍ସ ମାନେ ସହଜରେ ଧରି ପାରିଥିଲେ। ଅନେକ ଲୋକ ଏହାକୁ ନିର୍ବନ୍ଧର ଅନ୍ୟ ଏକ ସୂଚନା ଭାବେ ଦେଖୁଛନ୍ତି |

ଗୀତା ଗୋବିନ୍ଦମ୍’ (Geetha Govindam) ଏବଂ ‘ଡିୟର କମ୍ରେଡ୍’ (Dear Comrade) ଭଳି ସୁପରହିଟ ଫିଲ୍ମରେ ଏକାଠି କାମ କରିବା ପରେ ଏହି ଯୋଡ଼ିଙ୍କ ମଧ୍ୟରେ ସମୟକ୍ରମେ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଫେବୃଆରୀ ୨୦୨୬ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯୋଜନା କରୁଥିବା ଖବର ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ