ପିତାମହୁଲ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୂଲ ହାଇସ୍କୁଲରେ ବ୍ଲକ୍ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସଭାରେ ସ୍ଥାନୀୟ ସରପଞ୍ଚ ଆକସ୍ମିତା ବଢ଼ିଆ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପିତାମହୁଲ ସିଆରସିସି କୌସ୍ତୁଭ ମଣି ଦାଶ, ମଞ୍ଜୁଲତା ଜଗଦଳା ପ୍ରମୁଖ ଯୋଗ ଦଇଥିଲେ। ବlର୍ଣା ଡୁଙ୍ଗଡୁଙ୍ଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ କେନଝିରିଆପାଲି ସି ଆର ସି ସି ବିନୟ ବିଶ୍ଵlଳ ଅତିଥି ସ୍ୱାଗତ ଭାଷଣ ଦେଇଥିଲେ l ଶିକ୍ଷକ ଅକ୍ଷୟ ରାଏ ମଞ୍ଚ ପରିଚାଳନା କରିଥିବା ବେଳେ ବିନୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଷ୍ମୀନାରାୟଣ ସାହୁ ସଂlସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉଦ୍ଯାପନୀ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଅଜୟ ଲୁହା ମୁଖ୍ୟ ଅତିଥି,ଓ ସୁବଳୟା ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟlପକ ଦେବାଶିଷ ପଧାନ, ମୁଖ୍ୟବକ୍ତl. ଉଲୁଣ୍ଡା ସହ ଗୋଷ୍ଠୀ ଅଧିକlରୀ ମୁକେଶ ଭୋଇ ବୀରମହାରାଜପୁର ସହ ଗୋଷ୍ଠୀ ଅଧିକାରୀ ବlର୍ଣ୍ଣl ଡୁଙ୍ଗଡୁଙ୍ଗ ଅବସର ପ୍ରlପ୍ତ ସହ ଗୋଷ୍ଠୀ ଅଧିକାରୀ ସୁଶୀଲ ପରିଡା , ପିତାମହୁଲ ସି ଆର ସି ସି କୈସ୍ତୁଭ ମଣି ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, ସୁବଳୟା ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ଓ ପିତାମହୁଲ ଉନ୍ନତି ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଜଗଦଳା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ କେନଝିରିଆପାଲି ସି ଆରସି ସି ବିନୟ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସ୍ୱlଗତ ଭାଷଣ ଆଗତ କରିଥିଲେ, ଶିକ୍ଷକ ଅକ୍ଷୟ ରାଏ ମଞ୍ଚ ପରିଚାଳନା କରିଥିଲେ | ଶିକ୍ଷକ ଲଷ୍ମୀ ନାରାୟଣ ସାହୁ ଧନ୍ୟବାଦ ଦେଇଥିଲେ | ଏଥିରେ୧୬ ଗୋଟି କ୍ଲଷ୍ଟରର ୫୫୮ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବ୍ଲକ ର ୧୬ ଗୋଟି କ୍ଲଷ୍ଟର ର ସମସ୍ତ ସି ଆର ସି ସି, ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟଲୟ ର ସମସ୍ତ କର୍ମଚାରୀ ଓ ପିତାମହୁଲ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

