୬ ବର୍ଷ ପରେ ମହାମିଳନ; ଦକ୍ଷିଣ କୋରିଆରେ ଜିନପିଙ୍ଗଙ୍କୁ ଭେଟିଲେ ଟ୍ରମ୍ପ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଏକ ସମ୍ମିଳନୀରେ ୬ ବର୍ଷ ପରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ପରସ୍ପରକୁ ଭେଟିଛନ୍ତି। ଏହି ମିଳନରେ ପରସ୍ପର ସହିତ ହାତ ମିଳାଇ ଅଭିବାଦନ ଜଣାଇଛନ୍ତି|କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ମଧ୍ୟ କରିଛନ୍ତି|ଏହି ସାକ୍ଷାତ ଦକ୍ଷିଣ କୋରିଆର ବୁସାନରେ ହୋଇଛି|
ଏହି ସାକ୍ଷାତକାର ଉପରେ ବିଶ୍ୱବାସୀ ନଜର ରଖିଛନ୍ତି ପୂର୍ବରୁ ଚୀନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିଥିଲା ଏବଂ ଆମେରିକା ଚୀନ ଉପରେ ଟାରିଫ ଆକ୍ରମଣ କରିବା ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।ତେବେ ବର୍ତ୍ତମାନର ରାଜନୀତିକ ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି କେଉଁ କାହା ଉପରେ କଣ ମନ୍ତବ୍ୟ ଦେଉଛନ୍ତି ତାହା ସେ ନିଜେ ବି ବୁଝିପାରୁ ନାହାନ୍ତି |
ଏହି ସାକ୍ଷାତ ଚୀନ ଏବଂ ଆମେରିକା ମଧ୍ୟରେ ହୋଇଛି ଯାହା ସାରା ବିଶ୍ୱ ପାଇଁ ଏକ ବଡ ଖବର| ସେ ଏହି ବୈଠକ ମାଧ୍ୟମରେ କହିଛନ୍ତି ଯେ , “ମୋର କୌଣସି ସନ୍ଦେହ ନାହିଁ ଯେ ଆମର ସାକ୍ଷାତ ବହୁତ ସଫଳ ହେବ।” “ଚାଇନା ରାଷ୍ଟ୍ରପତି ଜଣେ ଅତ୍ୟନ୍ତ କଠୋର ଆଲୋଚନାକାରୀ, ଯାହା ଏକ ଭଲ କଥା ନୁହେଁ। ତଥାପି ଆମେ ପରସ୍ପରକୁ ଭଲ ଭାବରେ ଜାଣୁ।”

