Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଂଲଣ୍ଡକୁ ୧୨୫ ରନ୍‌ରେ ହରାଇ ପ୍ରଥମ ଥର ବିଶ୍ବକପ୍ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ମହିଳା ଟିମ

ଗୁଆହାଟୀ: ମହିଳା ବିଶ୍ଵକପ୍ ୨୦୨୫ରେ ଇଂଲଣ୍ଡକୁ ୧୨୫ ରନ୍‌ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ୧୨୫ ରନରେ ଇଂଲଣ୍ଡକୁ ହରାଇଛି।

ଲଉରା ଓ୍ଵଲଭାଙ୍କ ଶତକ ରନର ଇନିଂସ ଓ ମାରିଜାନ୍‌ କାପ୍‌ଙ୍କ ୫ ୱିକେଟ୍‌ ଘାତକ ବୋଲିଂ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ମହିଳା ଦଳକୁ ଫାଇନାଲରେ ପହଞ୍ଚାଇଛି। ପ୍ରଥମ ଥର ଫାଇନାଲରେ ପହଞ୍ଚି ଦକ୍ଷିଣ ଆଫ୍ରିକା ମହିଳା ଟିମ ବିଶ୍ଵକପରେ ଇତିହାସ ରଚିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରି ୭ ଓ୍ଵିକେଟ୍ ହରାଇ ୩୧୯ ରନ କରିଥିଲା। ଏବଂ ପରେ ଇଂଲଣ୍ଡ ୧୯୪ ରନରେ ଅଲଆଉଟ୍ ହୋଇଥିଲା ।

ଦକ୍ଷିଣ ଆଫ୍ରିକା ପାଇଁ ଏହି ବିଜୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା। କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଗତ ଥର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬୯ ରନରେ ଅଲଆଉଟ୍ ହୋଇଥିଲା | ଏବଂ ଇଂଲଣ୍ଡ ବିଜୟ ହାସଲ କରିଥିଲା| ଆସନ୍ତାକାଲି ଦ୍ଵିତୀୟ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨ରେ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ