Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥମୁନି ଦିଲ୍ଲୀ କ୍ଷମତା ବିବାଦ, ଅଧ୍ୟାଦେଶ ଆଣିବା ପରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କ୍ଷମତା ପରିଧିକୁ ନେଇ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। କେନ୍ଦ୍ର ସରକାର ମେ ୧୯ରେ ଏକ ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି, ଯେଉଁଥିରେ ଅଦାଲତ ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ପୋଷ୍ଟିଂ କରିବାର ଅଧିକାର ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଦେଇଥିଲେ। ଏବେ କେନ୍ଦ୍ର ସରକାର ସାମ୍ବିଧାନିକ ପୀଠର ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ରାଷ୍ଟ୍ରୀୟ ରାଜଧାନୀ ସିଭିଲ ସେବା ପ୍ରାଧିକରଣ ଗଠନ ପାଇଁ ଗତକାଲି ଏକ ଅଧ୍ୟାଦେଶ ଆଣିଥିଲେ। ଯାହାରି ଆଧାରରେ ଦିଲ୍ଲୀର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ପୋଷ୍ଟିଂର ସୁପାରିସ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ନିକଟରେ ରହିବ। ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିର ପୁନଃ ସମୀକ୍ଷା ଦାବିରେ କେନ୍ଦ୍ର ସରକାର ଶନିବାର ଯାଚିକା ଦାୟର କରିଛନ୍ତି।

ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମେ ୧୧ରେ ସର୍ବସମ୍ମତିକ୍ରମେ ରାଜଧାନୀର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣ ଅଧିକାର ଦିଲ୍ଲୀ ସରକାରଙ୍କୁ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ପୋଲିସ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଜମି ମାମଲା ଉପରେ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠରେ ଜଷ୍ଟିସ ଏମ ଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ. ନରସିମାହ ସାମିଲ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ