Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ରେ ସ୍ଵଚ୍ଛତା ପଦଯାତ୍ରା ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ମାସିକ ଆଶା ବୈଠକ ଓ ସ୍ବଚ୍ଛତା ପଦଯାତ୍ରା ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ଡାକ୍ତର ଖାନାର ଅଧକ୍ଷ ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ । ଡାକ୍ତର ବିଶ୍ଵନାଥ ରଥ , ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଯୁଏଡ଼ ,ବହୁମୁଖି ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ ନିରଞ୍ଜନ ମିଶ୍ର ,ଆଲୋକ ସେଠ୍ ଓ ଜଗଦୀଶ ମେହେର , ବ୍ଲକ ଅର୍ଥ ପରିଚାଳକ ଅବିନାଶ ହୋତାଙ୍କ ସହିତ ବୀରମହାରାଜପୁର ସେକ୍ଟର ଅଧିନସ୍ଥ ସମସ୍ତ ପୁରୁଷ ଓ ମହିଳା ସ୍ଵାସ୍ଥ୍ୟ କର୍ମୀ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଓ ସମସ୍ତ ଆଶା ଦିଦି ଉପସ୍ଥିତ ଥିଲେ। ସମସ୍ତେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଡାକ୍ତରଖାନା ପରିସର ପରିକ୍ରମା କରିବା ସହିତ ପରିସରକୁ ସଫା ସୁତୁରା କରିଥିଲେ। ପରେ ପରେ ସ୍ବଚ୍ଛତା ସଂକ୍ରାନ୍ତୀୟ ଏକ ପାଲା ପରିବେଷଣ କରା ଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଯୁଏଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ