ପୀତବାସଙ୍କ ପାଇଁ ଲଢ଼ିବେ ଦୁଇ ଅଭିଜ୍ଞ ଓକିଲ; ଜାଣନ୍ତୁ କିଏ…
 
        ଭୁବନେଶ୍ୱର,୩୧|୧୦: ପୀତବାସ ହତ୍ୟା କାଣ୍ଡ ଘଟଣା | ହତ୍ୟା ମାମଲାର ତଦନ୍ତ ପାଇଁ ୨ ଅଭିଜ୍ଞ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି ଲେଖାଯାଇଛି। ଏ ବାବଦରେ ପରାମର୍ଶ ସହାୟତା ପ୍ରଦାନ ପାଇଁ ଡିଜିପିଙ୍କୁ ଚିଠି ଲେଖିଲା ବ୍ରହ୍ମପୁର ପୋଲିସ | ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର, ଅବିନାଶ ପାଢ଼ୀଙ୍କୁ ନିୟୋଜିତ ପାଇଁ ଚିଠି ହୋଇଛି । ସିବିଆଇର ଅବସରପ୍ରାପ୍ତ ଆଡିସିନାଲ ଲିଗାଲ ଆଡଭାଇଜର ହେଉଛନ୍ତି କାଳୀଚରଣ ମିଶ୍ର ।
ବ୍ରହ୍ମପୁର କୋର୍ଟରେ ମାମଲାର ସଠିକ ପରିଚାଳନା ଓ ଆଇନଗତ ପରାମର୍ଶ ପ୍ରଦାନ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ଆଇନ ପରାମର୍ଶଦାତା କାଳୀ ଚରଣ ମିଶ୍ରଙ୍କୁ ସ୍ୱତନ୍ତ୍ର ସରକାରୀ ପ୍ରସିକ୍ୟୁଟର ଭାବେ ନିଯୁକ୍ତ କରାଯାଇଛି । ଏଥିସହିତ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ସରକାରୀ ପ୍ରସିକ୍ୟୁଟର ଭାବରେ ମଧ୍ୟ ନିଯୁକ୍ତି ଦିଆଯାଇଛି।
ପୀତବାସଙ୍କ ହତ୍ୟା କାଣ୍ଡକୁ ପ୍ରାୟ ମାସେ ପାଖାପାଖି ହେବାକୁ ଥିବାବେଳେ ପ୍ରକୃତ ଦୋଷୀ ଏପର୍ଯ୍ୟନ୍ତ ଧରାପଡିନାହିଁ | ପୂର୍ବରୁ ବ୍ରହ୍ମପୁର ପୋଲିସ ଏ ହତ୍ୟାକାଣ୍ଡରେ ସମ୍ପୃକ୍ତ ବିକ୍ରମ ପଣ୍ଡା ସମେତ ୧୩ ଜଣଙ୍କୁ ଗିରଫ କରିଛି | ଦୁଇଜଣ ସାର୍ପ ସୁଟର ଏବେବି ଫେରାର ଅଛନ୍ତି |

 
                        
 
                                 
                                 
                                 
                                 
                                