Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଡିଗ୍ରୀ କଲେଜରେ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା ୩୧/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ବିଜାପାଲି ସ୍ଥିତ ମହିମା ଡିଗ୍ରୀ କଲେଜରେ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମହିମା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ପଞ୍ଚଗାଁ ଶାଖା ସହଯୋଗରେ ଆୟୋଜନ କରା ଯାଇଥିଲା।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖାର ଏଲ.ଡି.ଓ ଶ୍ରଦ୍ଧା ଟପ୍ନୋ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସାଇବର ଠକେଇ ଓ ଅନଲାଇନ ଅପରାଧୀମାନଙ୍କ ଠକାମୀରୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ। ସେ ବ୍ୟାଙ୍କ ମାଧ୍ୟମରେ ମିଳୁଥିବା ବିଭିନ୍ନ ସୁବିଧା, ବୀମା ଓ ପେନସନ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ତଥ୍ୟ ଦେଇଥିଲେ।
ସେହିପରି ଭାରତୀୟ ଋଜର୍ଭ ବ୍ୟାଙ୍କର ଅନ୍ୟ ଏଲ.ଡି.ଓ ଶିରପାଣି ନାୟକ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଷ୍ଟେଟ ବ୍ୟାଙ୍କ ବିତ୍ତୀୟ ସାକ୍ଷରତା ସଂଯୋଜକ ମୁକୁନ୍ଦ ମାଝୀ ମଧ୍ୟ ଆର୍ଥିକ ସାକ୍ଷରତା, ସରକାରୀ ବୀମା ଏବଂ ପେନସନ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ପଞ୍ଚଗାଁ ଶାଖା ବ୍ୟାଙ୍କ ପରିଚାଳକ ଅନନ୍ତ ପ୍ରସାଦ ଦେହେରି ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପକ ସୁବ୍ରତ ବଢ଼ାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ବରିଷ୍ଠ କର୍ମଚାରୀ ମୀନକେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ