Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ନେତା ବବି ଦାସଙ୍କ ନାମରେ ମାମଲା ରୁଜୁ, କୋମନା ଥାନାରେ ଲିଖିତ ଅଭିଯୋଗ

ଭୁବନେଶ୍ୱର,୧|୧୧: ବିଜେଡି ନେତା ବବି ଦାସଙ୍କ ନାମରେ ରୁଜୁ ହୋଇଛି ମାମଲା | କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜଣେ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟା ଧମକ ଦେବା ଘଟଣାରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। କିନ୍ତୁ ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି ।

ସେପଟେ କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ଏକ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ମଧ୍ୟ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଜିତୁଙ୍କୁ ଗାଳି ଗୁଲଜ କରିବା ସହିତ ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି ତାତ୍ସଲ୍ୟ କରି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ । ବବି ଜିତୁକୁ ତୋତେ ଓ ତୋର ପରିବାରକୁ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା କୁହାଯାଉଛି।

ଘଟଣା ବିଷୟରେ ସୂଚନା ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ‌ଉଦ୍ଧାର କରିଥିବା ଜିତୁ କହିଛନ୍ତି। ପୁଲିସ ସଠିକ ସମୟରେ ପହଞ୍ଚି ଉଦ୍ଧାର କରିନଥିଲେ ହୁଏତ ମୋତେ ମାରି ଦେଇଥାନ୍ତେ ବୋଲି ଲିଖତ ଅଭିଯୋଗ ମଧ୍ୟ ଜିତୁ କରିଛନ୍ତି। ଅନ୍ୟପକ୍ଷେ ଘଟଣାର ତଦନ୍ତ ଚାଲିଛି। କିନ୍ତୁ ଥାନାରେ ସେ ବାବଦରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ