Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗାମୀ ୧-୨ ଘଣ୍ଟାରେ ପୂରା ହେବ ୫ ପ୍ରତିଶ୍ରୁତି, ସରକାର ଗଠନ ପରେ ରାହୁଲଙ୍କ ବଡ଼ ଘୋଷଣା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ଏଥିସହ ୮ ବିଧାୟକଙ୍କୁ ମନ୍ତ୍ରୀ ପଦ ଭାବେ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଭାକୁ ସମ୍ବୋଧିତ କରିଛନ୍ତି। ସେ ମଞ୍ଚରୁ ବଡ଼ ଘୋଷଣା କରିଛନ୍ତି ଯେ, ଯେଉଁ ୫ଟି ପ୍ରତିଶ୍ରୁତି କଂଗ୍ରେସ ନିର୍ବାଚନ ସମୟରେ କରିଥିଲା, ତାହା ଆଗାମୀ ଘଣ୍ଟେ-୨ ଘଣ୍ଟାରେ ପୂରା କରାଯିବ।

ରାହୁଲ ଗାନ୍ଧୀ ମଞ୍ଚରୁ ଘୋଷଣା କରିଛନ୍ତି ଯେ, ଆମେ ଆପଣଙ୍କୁ ୫ଟି ପ୍ରତିଶ୍ରୁତି ଦେଇଥିଲୁ। ମୁଁ କହିଥିଲି ଯେ, ଆମେ ମିଥ୍ୟା ପ୍ରତିଶ୍ରୁତି ଦେଉ ନାହିଁ। ଆମେ ଯାହା କହୁ ତାହା କାମ କରି ଦେଖାଉ। ଆଗାମୀ ୧-୨ ଘଣ୍ଟାରେ କର୍ଣ୍ଣାଟକ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ବସିବ ଏବଂ ୫ ବଡ଼ ପ୍ରତିଶ୍ରୁତି ଆଇନର ରୂପ ନେବ।

କର୍ଣ୍ଣାଟକର ଜନତାଙ୍କୁ ମୁଁ ହୃଦୟରୁ ଏବଂ କଂଗ୍ରେସ ପାର୍ଟି ତଫରୁ ଧନ୍ୟବାଦ ଜଣାଉଛି। ଆପଣ ସଂପୂର୍ଣ୍ଣ ଭାବେ କଂଗ୍ରେସକୁ ସମର୍ଥନ କରିଛନ୍ତି। ଗତ ୫ ବର୍ଷରେ ଆପଣ କେଉଁ ମୁସ୍କିଲ ସହ୍ୟ କରିଛନ୍ତି ତାହା ଆପଣ ଏବଂ ଆମେ ଜାଣିଛୁ। ଆପଣମାନେ ଘୃଣ୍ୟ ରାଜନୀତି କରୁଥିବା ଦଳକୁ ଉଚିତ୍ ଶିକ୍ଷା ଦେଇଛନ୍ତି। ଘୃଣାର ବଜାରରେ କର୍ଣ୍ଣାଟକ ଲକ୍ଷାଧିକ ଭଲ ପାଇବାର ଦୋକାନ ଖୋଲିଛନ୍ତି ବୋଲି ରାହୁଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ