Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡି ବିଜେପିରେ ସାମିଲ ହୋଇପାରନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର,୩|୧୧: ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ଛାଡ଼ି ସେ ବିଜେପିରେ ସାମିଲ ହୋଇପାରନ୍ତି । ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ଅମର ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି ।

ନୂଆପଡା ନିର୍ବାଚନ ପାଇଁ ଭିନ୍ନ ରାଜନୈତିକ ଦଳ ନୂଆ ନୂଆ ରଣନୀତି ଆପଣାଉଛନ୍ତି | କିନ୍ତୁ ଏହା ମଧ୍ୟରେ ବିଜେଡିକୁ ଆଉ ଏକ ଝଟକା ଲାଗିଛି| ନିର୍ବାଚନକୁ ନେଇ ବିଜେଡି ଜୋର ସୋରରେ ପ୍ରୟାସ ଆରମ୍ଭ କରୁଥିବା ବେଳେ ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡି ଅନ୍ୟ ଦଳରେ ମିଶିବାରେ ଲାଗିଛନ୍ତି |ଏହା ପୂର୍ବରୁ ଅନେକ ପ୍ରମୁଖ ନେତା ଦଳ ଛାଡି ଯାଇ ବିଜେପିରେ ମିଶିଛନ୍ତି|

ସୂଚନା ମୁତାବକ, ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅମର ବିଜେପି ଦଳରେ ସାମିଲ ହୋଇପାରନ୍ତି। ଅମର ପଟ୍ଟନାୟକଙ୍କ ସମେତ କିଛି ନୂଆପଡାର ବିଜେଡି ନେତା ବି ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ