Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଉପ ନିର୍ବାଚନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ; ସ୍ଥାନୀୟ ଲୋକଙ୍କୁ ଚା’ କରି ପିଆଇଲେ

“ନୂଆପଡ଼ା ଠାରେ ‘ଚାଏ ପେ ଚର୍ଚ୍ଚା’ରେ ଆଜି ନିଜେ ଚା ବନାଇ ସ୍ଥାନୀୟ ଲୋକଙ୍କ ସହ ଏହାର ମଜା ନେଲି ଏବଂ ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ପାଇଁ ସମସ୍ତଙ୍କୁ ନିବେଦନ କଲି।” ମୁକେଶ ମହାଲିଙ୍ଗ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି| ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ନୂଆପଡା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି | ସେଠାରେ ନିଜେ ଉପସ୍ଥିତ ରହି ନିଜେ ଚା’ ବାନେଇକି ଲୋକଙ୍କ ସହ ଗପସପ କରୁଥିବାର ଦେଖା ଯାଇଥିଲା |ଏହି ନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଲାଗିଛି ଟକ୍କର | ତେବେ କିଏ ଜିତିବ କିଏ ହାରିବ ତାହା ଆଗାମୀ ଭବିଷ୍ୟତରେ ଜଣାପଡିବ | ଏହି ନିର୍ବାଚନରେ ନିଜ ନିଜର ଦଳର ପ୍ରାର୍ଥୀକୁ ଜିତିବା ପାଇଁ ଦଳର କର୍ମୀ ମଧ୍ୟରେ ଅଙ୍କ କସା ଚାଲିଛି | କିନ୍ତୁ ଦଳ ମଧ୍ୟରେ ପ୍ରାର୍ଥୀ ଅଦଳବଦଳ ମାମଲା ସାଧାରଣ ଲୋକଙ୍କ ପାଖେ କଷ୍ଟସାଧ୍ୟ |ଏପଟେ ବିଜେଡି ଏବଂ ବିଜେଡି ଦଳ ମହିଳା ପ୍ରାର୍ଥୀ ମାନଙ୍କୁ ଶାଢ଼ୀ ବାଂଟୁଛନ୍ତି ତ ଅନ୍ୟ କେହି ଘର ଘର ବୁଲି ହାତ ଯୋଡ଼ିବାରେ ଲାଗିଛନ୍ତି |

ପୂର୍ବରୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ସେ କହିଛନ୍ତି, ” ବିଜେପି ହିଁ ବିକାଶ, ବିଜେପି ହିଁ ବିଶ୍ବାସ | ନୂଆପଡ଼ା ସହର ରେଲୱେ ଷ୍ଟେସନ୍ ପଡାରେ ଅନୁଷ୍ଠିତ ଜନସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ସହ ଯୋଗଦେଲି।

ଏହି ସଭାରେ ବହୁ ସଂଖ୍ୟାରେ ସାମିଲ ହୋଇଥିବା ସ୍ଥାନୀୟ ଜନସାଧାରଣ, ଚଳିତ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରତି ବିପୁଳ ସମର୍ଥନ ଦେବାପାଇଁ ମନସ୍ଥ କରିଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ବିଜୟ ଏକ ସମୃଦ୍ଧ ନୂଆପଡ଼ା ନିର୍ମାଣର ସ୍ଵପ୍ନକୁ ସାକାର କରିବ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ