Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲାକମେଲିଙ୍ଗ ଏବଂ ଅଶ୍ଳୀଳ ଭିଡିଓର ଶିକାର ହେଲେ ଅଭିନେତ୍ରୀ; ଜଣେ ଗିରଫ

ନୂଆଦିଲ୍ଲୀ: ବ୍ଲାକମେଲିଙ୍ଗ ଏବଂ ସାଇବର ଠକେଇ ପରି ବିଭିନ୍ନ ଖବର ସମସ୍ତେ ଶୁଣିଥିବେ | କିଛି ଦିନ ପୂର୍ବରୁ ଏମିତି ଘଟଣା ଘଟିଥିଲା | ଦକ୍ଷିଣ ଭାରତୀୟ ତେଲୁଗୁ ଅଭିନେତା ଚିରଞ୍ଜିବୀ ପରେ ଏବେ ଜଣେ କନ୍ନଡ ଏବଂ ତେଲୁଗୁ ଟେଲିଭିଜନ ଅଭିନେତ୍ରୀଙ୍କୁ ଫେସବୁକରେ ଅଶ୍ଳୀଳ ମେସେଜ୍ ଓ ଭିଡିଓ ପଠାଇବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଦୀର୍ଘ ଦିନ ଧରି ଅନଲାଇନରେ ନିର୍ଯାତନାର ଶିକାର ହେଉଥିଲେ ଅଭିନେତ୍ରୀ| ଯାହା ପରେ ଅଭିନେତ୍ରୀ ଜଣକ ପୋଲିସରେ ଅଭିଯୋଗ କରିଥିଲେ।

ନବୀନ କେ ମୋନ୍ ନାମକ ଜଣେ ବ୍ୟକ୍ତି ଏହି ଅଭିନେତ୍ରୀଙ୍କୁ ବହୁ ହଇରାଣ କରୁଥିଲେ। ବହୁ ନକଲି ଆକାଉଣ୍ଟରୁ ଅଶ୍ଳୀଳ ବାର୍ତ୍ତା ଏବଂ ଭିଡିଓ ପଠାଉଥିଲେ। ଦୀର୍ଘ ତିନି ମାସ ଧରି ନିର୍ଯାତନାର ଶିକାର ହେବା ପରେ ଅଭିନେତ୍ରୀ ପୋଲିସରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେହି ବ୍ୟକ୍ତି ଜଣକ ପ୍ରଥମେ ଅଭିନେତ୍ରୀଙ୍କୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ଯାହାକୁ ଗ୍ରହଣ କରିନଥିଲେ ଅଭିନେତ୍ରୀ। ଜାହାପରେ ବିଭିନ୍ନ ନକଲି ଫେସବୁକ ଆକାଉଣ୍ଟରୁ ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ଚାଲିଥିଲା ସେ।

ସେ ତାଙ୍କୁ ବ୍ଲକ୍ କରିବା ପରେ ମଧ୍ୟ ନିର୍ଯାତନା ବୃଦ୍ଧି ପାଇଥିଲା। ଅଭିଯୁକ୍ତ ତିନି ମାସ ମଧ୍ୟରେ ତାଙ୍କୁ ଟାର୍ଗେଟ କରିବା ପାଇଁ ଅନେକ ନକଲି ଆକାଉଣ୍ଟ ତିଆରି କରିଥିଲା। ଶେଷରେ ନଭେମ୍ବର ୧ ତାରିଖରେ ପୋଲିସରେ ଅଭିଯୋଗ ଦାୟର କରିଥିଲେ ଅଭିନେତ୍ରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ