ଜିଲ୍ଲାପାଳ ଙ୍କ ଉଫୁଳା ଗ୍ରାମ ପଞ୍ଚାୟତ ପରିଦର୍ଶନ
ବୀରମହାରାଜପୁର :
ଆଜି ପୂର୍ବାହ୍ନ ୧୧ ଘଟିକା ରେ ଜିଲ୍ଲାପାଳ ଡ. ନୃପରାଜ୍ ସାହୁ ବୀରମହାରାଜପୁର ବ୍ଲକ୍ ଉଫୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ମଙ୍ଗଳବାର ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ କୁମାର ହାଁସଦା , ଏ ବି ଡି ଓ ପୁରୁଷୋତ୍ତମ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଉଫୁଲା ସରପଞ୍ଚ ତଥା ବୀରମହାରାଜପୁର ବ୍ଲକ୍ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ , ଉପସ୍ଥିତ ୱାର୍ଡ ସଭ୍ୟ, ଜିପିଏଲ୍ଏଫ୍ କାର୍ଯ୍ଯକର୍ତ୍ତା ସମ୍ବର୍ଦ୍ଧନା ଜଣାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ରେ ଦୀର୍ଘ ୧ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ପଞ୍ଚାୟତ ଦ୍ଵାରା କର୍ଯ୍ୟନ୍ଵୟନ ହେଉଥିବା ସମସ୍ତ ଉନ୍ନୟନ ପ୍ରକଳ୍ପ ତଥା ଜନକଲ୍ୟାଣ ସ୍କିମ ଗୁଡ଼ିକର ରୂପାୟନ ଓ ନଥିପତ୍ର ତନଖି ବିଭିନ୍ନ ତୃଟିବିଚ୍ୟୁତି ସୁଧlର ପାଇଁ ଉପସ୍ଥିତ କର୍ମଚାରୀଙ୍କୁ ଦିଗଦର୍ଶନ ପ୍ରଦାନ୍ କରିଥିଲେ। ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସମସ୍ତ କାର୍ଯ୍ୟ ଦିବସ ରେ ନିୟମିତ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରହିବା ସହ ଜନ ସାଧାରଣ ଙ୍କୁ ଉପଯୁକ୍ତ ସେବା , ସରକାରୀ ସୁବିଧା ସୁଯୋଗ ଯୋଗେଇ ଦିଆଯିବ ବୋଲି କହିଥିଲେ।

