ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ”ର ୧୫୦ ବର୍ଷ ପୂର୍ତ୍ତି; ନଭେମ୍ୱର ୭ରେ ଛାତ୍ରଛାତ୍ରୀ ଗାଇବେ ବନ୍ଦେ ମାତରମ
ଭୁବନେଶ୍ୱର ୦୪|୧୧: ଆସନ୍ତା ୭ରେ ଛାତ୍ରଛାତ୍ରୀ ଗାନ କରିବେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’। ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି | ସ୍କୁଲ, କଲେଜରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଗାନ କରିବେ ଛାତ୍ରଛାତ୍ରୀ । ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି ପଠାଯାଇଛି ।
ସୂଚନା ଅନୁସାରେ ଆସନ୍ତା ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି। ନଭେମ୍ବର ୭ ତାରିଖରେ ସମସ୍ତ ସ୍କୁଲ ଓ କଲେଜରେ ‘ରାଷ୍ଟ୍ରୀୟ ଗୀତ’ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଗୋଟିଏ ଦିନ ଦେଶ ପାଇଁ ପୁଣି ଏକ ହେବ ଓଡ଼ିଶା।
କିଛି ଦିନ ତଳେ ବନ୍ଦେ ମାତରମରକୁ ସ୍ମରଣୀୟ କରିବାକୁ ଅପିଲ୍ କରିଥିଲେ ପିଏମ୍ । ମନ୍ କି ବାତ୍ ପ୍ରୋଗ୍ରାମ ଜରିଆରେ ସେ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ପୂର୍ତ୍ତି ଉତ୍ସବକୁ ଚିର କାଳ ପାଇଁ ମନେ ରଖିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ| ଏହା ପରେ ଓଡ଼ିଶା ସରକାର ନଭେମ୍ବର ୭ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି ।

