ଉତ୍କଳ ବିଲଡର୍ସ ଉପରେ ଆୟକର ବିଭାଗର ଚଢ଼ାଉ; ମିଳିଲା ୯୨ ଲକ୍ଷ, ଆଜି ଖୋଲିବ ୨ ଲକର
ଭୁବନେଶ୍ବର: ଉତ୍କଳ ବିଲଡର୍ସରେ ଚଢ଼ାଉ| ଆଜି IT ର ରେଡ୍ ପଡିଛି ଉତ୍କଳ ବିଲଡର୍ସ ଉପରେ | ଏହାର ତଦନ୍ତ ବେଳେ ଭୁବନେଶ୍ବର ସହିଦନଗର ଘରୁ ମିଳିଲା ନଗଦ ୯୨ ଲକ୍ଷ ଟଙ୍କା। ଯାହା ତଦନ୍ତରେ ଥିବା IT ଟିମକୁ ଚକିତ କରିଛି। ଏହାର ତଦନ୍ତ ଏ ପଯ୍ୟନ୍ତ ମଧ୍ୟ ଚାଲିଛି| ଏହି ତଦନ୍ତରେ ଆଇଟି ଟିମ୍ ଆଜି ଆହୁରି ୨ଟି ଲକର ଖୋଲିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ଆୟକର ଠକେଇ ମାମଲାରେ ମୋଟ ୧୪ଟି ସ୍ଥାନରେ ରେଡ୍ ହୋଇଛି। ଆୟକର ବିଭାଗ ଓଡ଼ିଶାରେ ୧୧ଟି ସ୍ଥାନରେ ଏବଂ ପଶ୍ଚିମବଙ୍ଗରେ ୩ଟି ସ୍ଥାନରେ ରେଡ୍ କରିଛି । ରେଡ୍ ରେ ୧୮ଟି ଟିମର ୧୨୦ ଜଣ ଅଫିସର ସାମିଲ ଅଛନ୍ତି। ସେପଟେ ଘଟଣାକୁ ନେଇ ଉତ୍କଳ ବିଲଡର୍ସ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମିଳିପାରିନି।

