Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘଣ୍ଟପାଲି ନବମ ତମ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢୀ ପଞ୍ଚାୟତ ଘଣ୍ଟପାଲି ପଡ଼ିଆରେ ୯ତମ ମା’ ନାରାୟଣୀ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଉମାଶଙ୍କର ହୋତାଙ୍କ ଅଧ୍ଯକ୍ଷତରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ.ରାଜ୍ୟ ବିଦ୍ୟୁତ ସଙ୍ଘ ର ସଭାପତି ଅରବିନ୍ଦ ଛତ୍ରିଆ ଓ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପ୍ରୟୋଜକ ତଥା ନିର୍ଦେଶକ ପାଣିନୀ ପ୍ରlଜ୍ଞ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବରେ ଡ଼ଃ ରାଜେନ୍ଦ୍ର ସରlଫ ଯୋଗ ଦେଇ ମ୍ୟାଚ କୁ ଉଦଘାଟନ କରିଥିଲେ | ଉଦଘାଟନୀ ମ୍ୟାଚ୍ ରେ ଲୁତୁରପଙ୍କ ଓ ବଡ଼ଖମାର ମଧ୍ୟରେ ହୋଇଥିଲା । ବଡଖମାର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୮୦ରନ୍ କରିଥିଲା |ଲୁତୁରପଙ୍କ ନିର୍ଦ୍ଧାରିତ ୧୦ ଓଭରରେ ବରେ ଜବାବ ୯ ୱିକେଟ୍ କେଟ୍‌ ହରାଇ ୭୦ ରନ୍ କରି ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ କେନ୍ଦୁପାଲି ଓ ସୁବଳୟା ମଧ୍ୟରେ ହୋଇଥିଲା। ସୁବଳୟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ରିତ ୧୦ ଓ ଓଭର ସମସ୍ତ ୱିକେଟ୍ ହରାଇ ୮୮ ରନ୍ କରିଥିଲା | ଥିଲା। ଜବାବରେ କେନ୍ଦୁପାଲି ଦଳ୮ଓଭର ରେ ୩ଉଇକେଟ ହରାଇ ୯୦ ରନରେ ବିଜୟୀ ହୋଇଥିଲା | ତୃତୀୟ ମ୍ୟାଚ ରେ କେନ୍ଦୁପାଲି ଓ ବଡ଼ଖମାର ମଧ୍ୟ୍ୟ ରେ ହୋଇଥିଲା ବଡ ଖମାର ଦଳ ପ୍ରଥମେ ବ୍ୟାଟି କରି ୮ଓଭର ରେ ୭ଉଇକେଟ ହରାଇ ୮୮ରନ ସଂଗ୍ରହ କରିଥିଲା | ଜବାବରେ କେନ୍ଦୁପାଲି ଦଳ ୮ଓଭରରେ ୭ ୱିକେଟ୍‌ ହରାଇ ୯୩ରନ୍ ରନ କରି ବିଜୟୀ ହୋଇଥିଲା।କେନ୍ଦୁପାଲି ଦଳ ବଡଖମାର ଦଳ କୁ ହରାଇ କେନ୍ଦୁପାଲି ଦଳ ସେମି ଫାଇନାଲ ରେ ପ୍ରବେଶ କରିଛି ।ମ୍ୟାଚ କୁ ଧନମାଳୀ ହୋତା ଓ ରୋଶନ ସାମଲ ଖେଳ ପରିଚାଳନା କରିଥିଲେ । ଲିପୁନ ହୋତା ସ୍କୋରର ଦାୟିତ୍ଵ ତୁଲାଇଥିଲେ। ମାନସ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ ଉମାଶଙ୍କର ହୋତା, ଗୌରାଙ୍ଗ ସାମଲ, ସୁନୀଲ ପଧାନ,ଶିବୁଲ ପଧାନ ବିଭୁତି ପଧାନ, ବୁଲୁ ପଧାନ, ରିଲନ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ