Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ବିମାନରେ ନିଯୁକ୍ତ ହେବେ ‘ଏୟାର ଆଣ୍ଟି’

ନୂଆଦିଲ୍ଲୀ: ଚୀନ୍ ଏୟାରଲାଇନ୍ସ ବିବାହିତ ମହିଳା ଏବଂ ମା’ମାନଙ୍କୁ ଏୟାର ହୋଷ୍ଟେସ୍ ଭାବରେ ନିଯୁକ୍ତି ଦେବାର ଯୋଜନା ଘୋଷଣା କରି ବିବାଦ ସୃଷ୍ଟି କରିଛି। ଏହି କର୍ମଚାରୀମାନଙ୍କୁ “ଏୟାର ଆଣ୍ଟି” କହିବାରୁ ବିବାଦ ଦେଖାଦେଇଛି।

ଲୋକମାନେ ଏଭଳି ଶବ୍ଦକୁ ବିରୋଧ କରି କହିଛନ୍ତି ଯେ ବିବାହିତ ହୁଅନ୍ତୁ କି ନ ହୁଅନ୍ତୁ, ସମସ୍ତ ଏୟାର ହୋଷ୍ଟେସ୍ ପାଇଁ ସମାନ ଉପାଧି ବ୍ୟବହାର କରାଯିବା ଉଚିତ। ଲୋକମାନେ କହିଛନ୍ତି ଯେ ବିବାହିତ ଏୟାର ହୋଷ୍ଟେସ୍ ପାଇଁ “ଏୟାର ଆଣ୍ଟି” ଶବ୍ଦ ବ୍ୟବହାର କରିବା ଅପମାନଜନକ।ଅକ୍ଟୋବର ୨୨ ତାରିଖରେ ସାଂଘାଇ ସ୍ଥିତ ଚୀନ୍‌ର ପ୍ରଥମ ବଜେଟ୍ ଏୟାରଲାଇନ୍ସ ସ୍ପ୍ରିଙ୍ଗ ଏୟାରଲାଇନ୍ସ ଏୟାର ଆଣ୍ଟି ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଥିଲା। କମ୍ପାନୀ କହିଛି ଯେ ୨୫ରୁ ୪୦ ବର୍ଷ ବୟସର ମହିଳାମାନଙ୍କୁ ଖୋଜା ଚାଲିଛି। ଯେଉଁମାନେ ବିବାହିତ ଏବଂ ସନ୍ତାନ ଜନ୍ମ ଦେଇଛନ୍ତି। କମ୍ପାନୀର ଘୋଷଣା ଅନୁଯାୟୀ, ଆବେଦନକାରୀମାନଙ୍କର ଅତି କମରେ ସ୍ନାତକ ଡିଗ୍ରୀ, ୧୬୨ରୁ ୧୭୪ ସେଣ୍ଟିମିଟର ଉଚ୍ଚତା ଏବଂ ଗ୍ରାହକ ସେବା ଅଭିଜ୍ଞତା ଥିବା ଆବଶ୍ୟକ। “ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ” ଅନୁଯାୟୀ, ଏହି ପଦବୀଗୁଡ଼ିକ ସାଂଘାଇ ଏବଂ ଉତ୍ତର-ପଶ୍ଚିମ ସହର ଲାନଝୋଉ ପାଇଁ ଲାଗୁ। କମ୍ପାନୀ ୩୦ରୁ ୬୦ ମହିଳାଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। ସାଧାରଣତଃ ଚୀନ୍ ଏୟାରଲାଇନ୍ସ ୧୮ ରୁ ୨୫ ବର୍ଷ ବୟସ ମଧ୍ୟରେ ବିମାନ ପରିଚାରିକାମାନଙ୍କୁ ନିଯୁକ୍ତି ଦେଇଥାଏ।

ସ୍ପ୍ରିଙ୍ଗ ଏୟାରଲାଇନ୍ସ କହିଛି ଯେ ଏହି ପଦକ୍ଷେପ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଏବଂ କର୍ମଶକ୍ତିକୁ ବିସ୍ତାର କରିବା ଏହି ପଦକ୍ଷେପର ଏକ ଅଂଶ। ଚୀନ୍‌ରେ ମହିଳାଙ୍କ ପାଇଁ ଆଇନଗତ ଅବସର ବୟସ ସାଧାରଣତଃ ୫୦ ବର୍ଷ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ