ଉଫୁଳା କୁ ପ୍ରଶାସନ ର ପୋଷ୍ୟ ଗ୍ରାମ ପଞ୍ଚାୟତ ମାନ୍ୟତା ଦେବାକୁ ସରପଞ୍ଚ କଲେ ଆବେଦନ
ବୀରମହାରାଜ ପୁର :
ଡ ନୃପରାଜ ସାହୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଉଫୁଳା ଗ୍ରାମ ପଂଚାୟତ ପରିଦର୍ଶନ ଅବସରରେ ସରପଂଚ ଶ୍ରୀୟା କର୍ମୀ ପଂଚାୟତ ପ୍ରଶାସନ ଦ୍ୱାରା ଉତ୍ତରଦାୟୀ ଜନକେନ୍ଦ୍ରିକ ସେବା ଯୋଗାଣ , ଉଭୟ ସାମୁହିକ ଓ ବ୍ୟକ୍ତିଗତ ଉନ୍ନୟନ ପ୍ରକଳ୍ପ ଏବଂ ଜନ କଲ୍ୟାଣ ଯୋଜନା ର ସଫଳ ରୂପାୟନ ପାଇଁ ଉଫୁଳା କୁ ପୋଷ୍ୟ ଗ୍ରାମ ପଂଚାୟତ ର ମାନ୍ୟତା ଦେବାକୁ ଲିଖିତ ଦାବୀ ପ୍ରଦାନ କରିଥିଲେ l ଗ୍ରାମ ପଂଚାୟତ ପରିସରରେ କୃଷି ବିଭାଗ ଦ୍ୱାରା ପାଖାପାଖି ଆଠ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣଧୀନ କୃଷକ ପରାମର୍ଶ କେନ୍ଦ୍ର, ଲକ୍ଷାଧିକ ଟଙ୍କା ଅନୁଦାନ ରାଶି ରେ ନିର୍ମିତ ରଥପୁର ଜଳଯୋଗାଣ ପ୍ରକଳ୍ପ , ଆମ ପଡିଶା ନବୀନ ଓଡିଶା ଯୋଜନା ରେ ଛଅ ଲକ୍ଷ ଟଙ୍କା ଲେଖାଏଁ ବିନିଯୋଗ ହୋଇ ନିର୍ମିତ ଉଫୁଲା ପଂଚାୟତ ପାଖ ମିଶନ ଶକ୍ତି କାଫେ ଓ ଇ-ଲାଇବ୍ରେରୀ ପ୍ରକଳ୍ପ କୁ ଗ୍ରାମପଂଚାୟତ ପ୍ରସାଶନ କୁ ଗୋଷ୍ଠି ଉନ୍ନୟନ ଅଧିକାରୀ ବୀରମହାରାଜପୁର ଙ୍କ ପ୍ରସାଶନିକ ଜ୍ଞ୍ୟାତସାର ରେ ହସ୍ତାନ୍ତରଣ ପାଇଁ ମଧ୍ୟ ଲିଖିତ ଦାବୀ ପ୍ରଦାନ କରିଥିଲେ l ମିଶନ ଶକ୍ତି କାଫେ ପରିଚାଳନା ପାଇଁ ଗ୍ରାମ ପଂଚାୟତ ସ୍ତରୀୟ ସଂଘ କିମ୍ଵା ବିଧି ବ୍ୟବସ୍ଥା କ୍ରମେ ଯୋଗ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ କରିବାକୁ ଅନୁରୋଧ କରିଥିଲେ l ଜିଲ୍ଳାପାଳ ଙ୍କ ଉଫୁଳା ଗ୍ରାମ ପଂଚାୟତ ପରିଦର୍ଶନ କୁ ନେଇ ଗ୍ରାମ ଶାସନ ବାସୀ ଙ୍କ ମନରେ ଖୁସି ଓ ଆଶା ର କିରଣ ସୃଷ୍ଟି କରିଥିବା ବେଳେ ଜିଲ୍ଳାପାଳ ଙ୍କ ଗସ୍ତ ପର ଅଶୁ ପଦକ୍ଷେପ ନେଇ ଉଫୁଳା ବାସୀ ଉତ୍ସୁକତା ସହ ଅପେକ୍ଷା କରିଛନ୍ତି l

