Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ; ଘଟଣାର ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର,୬|୧୧:ରାୟଗଡ଼ା ବ୍ଲକ ପିତାମହଲ ଓ ଜମାଦେଇପେଣ୍ଠ ରାସ୍ତା ମଝିରେ ଏକ କପା ବାଡ଼ ପାଖରୁ ଓଏପିଏଫ୍ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି | ମୃତ ବ୍ୟକ୍ତି ଜଣଙ୍କ ହେଲେ ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍‌)ର ଜଣେ ଯବାନ | ଯବାନ ଜଣଙ୍କର ମୃତ୍ୟୁର କାରଣ କିଛି ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ |

ସୂଚନା ପାଇବା ପରେ ଶେଷଖାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ତେବେ କେଉଁ କାରଣରୁ ଗୌରୀଙ୍କ ମୃତ୍ୟୁ ଘଟିଲା ତାଙ୍କ ଶବ ବ୍ୟବଛେଦ ପରେ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି।

ରାୟଗଡ଼ା ଏସଡିପିଓ ଗୌରହରୀ ସାହୁଙ୍କ ସୂଚନା ଅନୁସାରେ, ମୃତ ଯବାନ ଗୌରୀ ଗତକାଲି ରାତ୍ରିରେ କାର୍ଯ୍ୟରେ ଯୋଗ ଦେଇଥିଲେ କିନ୍ତୁ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ | ତେବେ ପୁଲିସ ତଦନ୍ତ ଜାରି ରଖିଛି। ସୂଚନାରୁ ଜଣାପଡିଛି ଗୌରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ