Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ କ୍ୟାନ୍ସର ସଚେତନତା ଦିବସ; ତିନି ବର୍ଷରେ ୧ କୋଟି ୩୯ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ

ଭୁବନେଶ୍ୱର,୭|୧୧: ଆଜି ଜାତୀୟ କ୍ୟାନସର ସଚେତନତା ଦିବସ । କ୍ୟାନ୍ସର ଦିନକୁ ଦିନ ଏକ ମହାମାରୀ ରୂପରେ ଦେଖାଦେବାରେ ଲାଗିଛି | ବହୁ ସଂଖ୍ୟାରେ ଲୋକ କ୍ୟାନ୍ସର ରୋଗରେ ପୀଡିତ ହେବାରେ ଲାଗିଛନ୍ତି | ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱସ୍ତରରେ କେବଳ ଯେ ନୁହେଁ ଭାରତରେ ମଧ୍ୟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ କର୍କଟ ରୋଗର ସମ୍ମୁଖୀନ ହେଉଛନ୍ତି | ତେବେ ଦିନକୁ ଦିନ ଆମ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ବିରାଟ ପରିବର୍ତ୍ତନ ହେବାରେ ଲାଗିଛି | ଏହିଭଳି ଅନିୟମିତତା ଯଦି ଲଗାତାର ଭାବେ ଜାରି ରୁହେ ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ତିନି ବର୍ଷରେ ୧ କୋଟି ୩୯ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି । ଭାରତରେ ବାର୍ଷିକ ପ୍ରାୟ ୮ଲକ୍ଷରୁ ଅଧିକ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ୨୬ହଜାର ୬୬୬ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି । ସରକାର କ୍ୟାନ୍ସରର ସଚେତନତା ପାଇଁ ଅନେକ କାର୍ଯ୍ୟକ୍ରମ ମାନ କରୁଛନ୍ତି | ଏଥିପାଇଁ ବିଭିନ୍ନ ସ୍ଥାନରେ ଆଜି କାର୍ଯ୍ୟକ୍ରମ ରହିଛି । ଅତ୍ୟଧିକ ଧୂମପାନ, ଗୁଟୁଖାର ବ୍ୟବହାର କ୍ୟାନ୍ସର ଭଳି ମାରାତ୍ମକ ରୋଗର ମୁଖ୍ୟ କାରଣ ଅଟେ | ସେମାନଙ୍କ ମଧ୍ୟରୁ ତମାଖୁ ବ୍ୟବହାର ଯୋଗୁଁ ୩୫ରୁ ୫୦ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ସ୍ୱାଭାବିକ ଜୀବନଶୈଳୀରେ ପରିବର୍ତ୍ତନ, ତମାଖୁ ବ୍ୟବହାର, ଖାଦ୍ୟ ପେୟରେ ଅନିୟମିତତା ଓ କମ୍ ଶାରୀରିକ ପରିଶ୍ରମ ଯୋଗୁଁ ବ୍ୟାପୁଛି କ୍ୟାନସର । ଏଥିପାଇଁ ଆହୁରି ଅଧିକ ସଚେତନତାର ଆବଶ୍ୟକତା ରହିଛି। ତେବେ ଖାଦ୍ୟପେୟରେ ସନ୍ତୁଳନ ରଖିବା, ନିୟମିତ ଜୀବନଚର୍ଯ୍ୟାରେ ବ୍ୟାୟାମ ଯୋଡିବା ଏବଂ ଶାରୀରିକ ପରିଶ୍ରମ ଉପରେ ଯଦି ଧ୍ୟାନ ଦିଆଯାଏ ହୁଏତ କିଛି ମାତ୍ରାରେ ଏହାକୁ ଦୁରେଇ ଦିଆଯାଇପାରେ | ତେବେ ଲକ୍ଷଣ ଦେଖାଦେଲେ ଭୟଭୀତ ନହୋଇ ଡାକ୍ତରଙ୍କ ସହ ପରାମର୍ଶ କରିଲେ କ୍ୟାନ୍ସର ଠାରୁ ମଧ୍ୟ ଜିତିହେବ ବୋଲି କ୍ୟାନ୍ସର ସର୍ଭାଇବର୍ ମତ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories