Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ବିଲଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା ; ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ଅଢ଼େଇ କୋଟି ଜବତ

ଭୁବନେଶ୍ୱର,୦୭|୧୧ : ପୁଣି ଚର୍ଚ୍ଚାରେ ରହିଛି ଉତ୍କଳ ବିଲଡର୍ସ ମାମଲା | ଆଜି ଏହି ମାମଲାର ଚତୁର୍ଥ ଦିନ | ଆଜି ଏହି ମାମଲାରେ ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ମାରଥନ୍ ଜେରା କରାଯାଇଛି । ସେପଟେ ଚତୁର୍ଥ ଦିନରେ ଆଜି IT ରେଡ୍ କରିଛି । ଏଠି ତଦନ୍ତ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ଅଢ଼େଇ କୋଟି ଜବତ କରାଯାଇଛି। ନିର୍ଦ୍ଦେଶକ ରାକେଶ ଭୁରା, ଅଞ୍ଜନାଦେବୀ ଭୁରା, ସନ୍ଦୀପ କୁମାର ବେଦ ଓ ଅମିତ ବେଦଙ୍କୁ ଜେରା କରାଯାଇଛି। ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ IT ଟିମ୍ ପାଇଥିବା କୁହାଯାଉଛି।

ଆରମ୍ଭରୁ ଏହି ଘଟଣାରେ ଉତ୍କଳ ବିଲଡର୍ସ ଉପରେ ଚଢ଼ାଉ ହୋଇଥିଲା | ପ୍ରଥମ ଦିନ IT ର ରେଡ୍ ପଡିଥିଲା | ଏହାର ତଦନ୍ତ ବେଳେ ଭୁବନେଶ୍ବର ସହିଦନଗର ଘରୁ ମିଳିଲା ନଗଦ ୯୨ ଲକ୍ଷ ଟଙ୍କା। ଯାହା ତଦନ୍ତରେ ଥିବା IT ଟିମକୁ ଚକିତ କରିଥିଲା । ତେବେ ଏହାର ତଦନ୍ତ ଏ ପଯ୍ୟନ୍ତ ମଧ୍ୟ ଚାଲିଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ