Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠାରୁ ଆରମ୍ଭ ଇଣ୍ଡିଆନ ରୋଡ୍ସ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନ; ନୀତୀନ ଗଡ଼କରୀଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଭୁବନେଶ୍ୱର,୦୭|୧୧ : ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ରୋଡ୍ସ କଂଗ୍ରେସ ମହାକୁମ୍ଭ। ଜନତା ମୈଦାନରେ ଆୟୋଜିତ ହେବ ଇଣ୍ଡିଆନ ରୋଡ୍ସ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନ। ଏହି ଅଧିବେଶନକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ।

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଏହି କାର୍ଯ୍ୟକ୍ରମରେ ୩ ହଜାର ୫୦୦ରୁ ଅଧିକ ଇଞ୍ଜିନିୟର୍ସ ଓ ରିସର୍ଚ୍ଚର ଯୋଗଦେବେ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ମୋଟ୍ ୧୯ଟି ଟେକ୍ନିକାଲ୍ ସେସନ୍ ରହିବ।

ଦୀର୍ଘ ୧୦ ବର୍ଷ ପରେ ଇଣ୍ଡିଆନ୍ ରୋଡ୍ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି। ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ଗଢ଼ି ତୋଳିବାକୁ ଏଭଳି କାର୍ଯ୍ୟକ୍ରମ ଅନେକ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ