Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କ ବୀଭତ୍ସ ହତ୍ୟା, ଶରୀରରେ ଇଟା ବାନ୍ଧି ନଦୀରେ ଫିଙ୍ଗିଲା ଦୁର୍ବୁତ୍ତ

ଭୁବନେଶ୍ୱର,୭|୧୧: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କ ବୀଭତ୍ସ ହତ୍ୟା । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳର ୨୩ ବର୍ଷୀୟା ସୃଷ୍ଟି ଶର୍ମା । ଯୁବତୀଙ୍କ ହତ୍ୟା କରି ପରେ ଶରୀରରେ ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ମୃତଦେହ ଫିଙ୍ଗି ଦେଇଥିଲା ଘର ମାଲିକର ପୁଅ। ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ ବିଗତ ୬ ମାସ ହେଲା ମୃତ ଯୁବତୀ ଉତ୍ତରାଖଣ୍ଡର ଲାଲପୁରରେ ଏକ ଘରୋଇ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ।

ସେ ଭଡାରେ କାମେଶ୍ବର ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ | କାମେଶ୍ବର ସିଂ ଙ୍କ ପୁଅ ଅମିତ କୁମାର, ଯୁବତୀ ଜଣଙ୍କୁ ହତ୍ୟା କରିଥିବା ନେଇ ଲାଲପୁର ପୋଲିସ ସ୍ପଷ୍ଟ ସୂଚନା ଦେଇଛି | ଗତ ମଙ୍ଗଳବାର ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। ସୃଷ୍ଟିଙ୍କ ସଂପର୍କୀୟ ବୁଧବାର ଲାଲପୁରରେ ଯାଇ ପହଞ୍ଚିଥିଲେ।

ସେଠାରେ ବହୁ ସନ୍ଧାନ କରିବା ପରେ ମଧ୍ୟ ଯୁବତୀଙ୍କର କୌଣସି ପତ୍ତା ନମିଳିବାରୁ ସେମାନେ ସ୍ଥାନୀୟ ପୋଲିସରେ ନିଖୋଜ ହେବାର ଅଭିଯୋଗ ଦାଖଲ କରିଥିଲେ। ପରେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଘର ମାଲିକ ପୁଅ ଅମିତକୁ ପଚରାଉଚରା କରିଥିଲା | ତେବେ ପଚରାଉଚୁରା ପରେ ସେ ହତ୍ୟା କରିଥିବା କଥା ସ୍ୱୀକାର କରିଛି | ଅନ୍ୟପଟେ ଆଜି ମୃତ ସୃଷ୍ଟିଙ୍କ ପରିବାର ଲୋକେ ଉତ୍ତରାଖଣ୍ଡ ଅଭିମୁଖେ ଯାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ