ଘଣ୍ଟ ପାଲି ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଦିବସ ରେ ଡାହାଣୀ ପାଲି କୁ ହରାଇ ତେଲିପାଲି ଦଳ ସେମିଫାଇନାଲ ରେ ପ୍ରବେଶ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁ ଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ପଡ଼ିଆରେ ୯ତମ ମା’ ନାରାୟଣୀ କ୍ରିକେଟ୍ ପ୍ରତିଯୋଗିତା ଗୁରୁବାର ମ୍ୟାଚ ରେ ତେଲିପାଲି ଓ ଗୁଦଗୁଦା ମଧ୍ୟରେ ହୋଇଥିଲା । ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ୱିକେଟ୍ ହରାଇ ୧୧୮ରନ୍ କରିଥିଲା |ଗୁଦଗୁଦା ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ହରାଇ ୧୦୦ରନ୍ କରି ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ ଡାହାଣୀପାଳି ଓ ଟାଙ୍ଗରସାହି ମଧ୍ୟରେ ହୋଇଥିଲା। ଡାହାଣୀପାଳି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ରିତ ୧୦ ଓଭର ୭ ୱିକେଟ୍ ହରାଇ ୧୨୪ରନ୍ କରିଥିଲା | ଜବାବରେ ଟାଙ୍ଗରସାହି ଦଳ ୧୦ ଓଭର ରେ ୭ଉଇକେଟ ହରାଇ ୭୩ ରନରେ ପରାସ୍ତ ହୋଇଥିଲା | ପ୍ରଥମ ମ୍ୟlଚ ର ବିଜେତା ଦଳ ତେଲିପାଲି ଓ ଦ୍ୱତୀୟ ମ୍ୟାଚ ର ବିଜେତା ଡାହାଣିପାଲି. ମଧ୍ୟରେ ଆୟୋଜିତ ହୋଇ ଥିବାବେଳେ ଡାହାଣିପାଲି ଦଳ ପ୍ରଥମେ ବ୍ୟାଟି କରି ୮ଓଭର ରେ ୩ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିଲା | ଜବାବରେ ତେଲିପାଲି ଦଳ ୬. ୩ ବଲ ରେ ୨ୱିକେଟ୍ ହରାଇ ୮୮ରନ୍ ରନ କରି ବିଜୟୀ ହୋଇଥିଲା । ତେଲିପାଲି ଦଳ ଡାହାଣିପାଲି ଦଳ କୁ ହରାଇ ତେଲିପାଲି ଦଳ ସେମି ଫାଇନାଲ ରେ ପ୍ରବେଶ କରିଛି । ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ କମିଟି ର ସଭ୍ୟ ରୋସନ ସାମଲ ତେଲିପାଲି ଦଳ ରଆକାଶ ସାହୁ ଙ୍କୁ ମ୍ୟାନ ଅପ ଦି ମ୍ୟାଚ ଭାବରେ ପୁରସ୍କୃତ କରିଥିଲେ ମ୍ୟାଚ କୁ ଧନମାଳୀ ହୋତା ଓ ରୋଶନ ସାମଲ ଖେଳ ପରିଚାଳନା କରିଥିଲେ । ଲିପୁନ ହୋତା ସ୍କୋରର ଦାୟିତ୍ଵ ତୁଲାଇଥିଲେ। ମାନସ ନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ ଉମାଶଙ୍କର ହୋତା, ଗୌରାଙ୍ଗ ସାମଲ, ସୁନୀଲ ପଧାନ,ଶିବୁଲ ପଧାନ ବିଭୁତି ପଧାନ, ବୁଲୁ ପଧାନ, ରିଲନ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

