ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ପୁନର୍ଗଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଳା ଗ୍ରାମ ପଞ୍ଚାୟତ ସଭା ଗୃହରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଗ୍ରାମ୍ୟ ସ୍ବାସ୍ଥ୍ୟ ଓ ପରିମଳ କମିଟି ର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ସଭାପତିତ୍ଵ କରିଥିଲେ I ଆଲୋଚନା ପର୍ଯ୍ୟାଲୋଚନା ପରେ କମିଟି ପୁନର୍ଗଠିତ ହୋଇଥିଲା I କମିଟି ସଭାନେତ୍ରୀ ଭାବରେ ସରପଞ୍ଚ ଶ୍ରୀୟା କର୍ମୀ ଓ ସମ୍ପାଦିକା ଭାବରେ ଏମ.ପି.ଏଚ.ଡବ୍ଲୁ (ମହିଳା) ନିରୁପମା ବକଟି, ସଭ୍ୟ ଭାବରେ ଏମ.ପି.ଏଚ.ଡ.ବ୍ଲୁ (ପୁରୁଷ) ପ୍ରଶନ୍ନ କୁମାର ସାହୁ , ଆଶା ପ୍ରତିଭା ଟ।ଲି, ଦମୟନ୍ତୀ ନାଏକ, ପାର୍ବତୀ ଛନ୍ଦ, ମଧୁସ୍ମିତା ଖମାରୀ, ସୁବର୍ଣ୍ଣ ଖପର୍ଧୁଆ , ସବିତା ମଲ୍ଲିକ ,ଶିକ୍ଷକ ସୋମନାଥ ମିଶ୍ର, ଅଙ୍ଗନବାଡ଼ି କର୍ମୀ ପ୍ରତିଭା ବାରିକ, ଲକ୍ଷ୍ମୀ ପ୍ରିୟା ଡ।ଙ୍ଗ ମନୋନୀତ ହୋଇଥିଲେ। ଆଲୋଚନାରେ ଅନ ଟାଏଇଡ ପାଣ୍ଠି ଉପସ୍ବାସ୍ଥ୍ୟ କେନ୍ଦ୍ର ମରାମତି , ସ୍ୱାସ୍ଥ୍ୟ ଉପକରଣ କ୍ରୟ , ଭିଏଚଏନଡି ପାଇଁ ପରୀକ୍ଷା ଉପକରଣ , ଯନ୍ତ୍ରପାତି କ୍ରୟ , ଇଣ୍ଟରନେଟ ସୁବିଧା , ଅମ୍ଳାନ ପ୍ରୋଗ୍ରାମ ପାଇଁ ଆନୁସଙ୍ଗିକ ଉପକରଣ କ୍ରୟ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା l

