Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡାରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ

ନୂଆପଡା: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ କରାଯାଇଛି। ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି। ଏନେଇ ନୂଆପଡା ଜିଲ୍ଳା ପ୍ରଶାସନ ସୂଚନା ଦେଇଛି। ଫ୍ଲାଇଂ ସ୍କ୍ବାର୍ଡ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଛି। ନିର୍ବାଚନ କମିଶନରଙ୍କ ଟିମ୍‌ ପକ୍ଷରୁ ନବୀନଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ ହୋଇଛି। ହେଲିକପ୍ଟର ଯାଞ୍ଚ ସହ ଫଟୋଗ୍ରାଫି କରିଛି ଟିମ୍‌।

ନବୀନ ପଟ୍ଟନାୟକ ସ୍ବତନ୍ତ୍ର ହେଲିକେପ୍ଟରେ ଖରିଆର ରୋଡ ପୋଲିସ ଥାନା ପଛ ପଟ ପଡ଼ିଆରେ ଅବତରଣ କରିଥିଲେ। ଏହାପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରୋଡ ଶୋ ଅନୁଷ୍ଠିତ ହୋଇଥିଲା। ସେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି।

ଗତ ୩ ତାରିଖରେ ନବୀନ ନୂଆପଡ଼ା ଯାଇ କୋମନା ବ୍ଲକ ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ସେହିପରି ଗତକାଲି ନୂଆପଡା ଗସ୍ତରେ ଯାଇଥିଲେ ସିଏମ୍‌ ମୋହନ ମାଝୀ। ଗୁରୁବାର ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ