ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ଡଃ ସରସ୍ବତୀ ଦାସଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାକାର୍ଯ୍ୟ ଅଧ୍ୟାପକ କିଶୋର ସାହୁ ତୁଲାଇଥିଲେ । ଏଥିରେ ଅଧ୍ୟାପିକା ଅବନ୍ତି ନାଏକ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଅଧ୍ୟାପକ ରାମ ପଧାନ ବିଭିନ୍ନତା ମଧ୍ୟରେ ଏକତା ହିଁ ଭାରତ ଆଧାରର ମୂଳମନ୍ତ୍ର ବୋଲି କହିଥିଲେ। ଅଧ୍ୟାପକ ଶଶାଙ୍କ ଶେଖର ସୁଆର ଦେଶୀୟ ରାଜ୍ୟମାନଙ୍କୁ ଭାରତରେ ମିଶାଇବାର ଆଲୋକପାତ କରିଥିଲେ।ଅଧ୍ୟାପକ ସୁଧାଂଶୁ ଶେଖର ପଧାନ କୁଶାସନ ସବୁବେଳେ ଏକତାକୁ ଭଗ୍ନ କରିବାର ପ୍ରୟାସ କରିଥାଏ ବୋଲି କହିଥିଲେ। ଅଧ୍ୟକ୍ଷା ସରସ୍ଵତୀ ଦାସ ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ଅଖଣ୍ଡ ଭାରତ ଗଠନ ଉପରେ ଆଲୋଚନା କରିଥିଲେ। ସଭା ଶେଷରେ ଅଧ୍ୟାପିକା ପ୍ରତିମା ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ । ଏଥିରେ ଶିବବ୍ରତ କର୍ଣ୍ଣ , ବିଷ୍ଣୁ ବେହେରା , ଧନଞ୍ଜୟ ମହାକୁର ପ୍ରମୁଖ ସହଯୋଗ କରିଥିଲେ।

