ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; କମିରl କୁ ହରାଇ ସମାସିଙ୍ଘା ଚାମ୍ପିଆନ୍ ଘୋଷିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢି ପଞ୍ଚାୟତ ଘଣ୍ଟପାଲି ପଡ଼ିଆରେ ଚାଲିଥିବା ମା’ ନାରାୟଣୀ କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି । କମିରା ଓ ସାମସିଙ୍ଗା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଦୁଇଟି ଫର୍ମାଟ୍ରେ ଖେଳାଯାଇଥିଲା । ୭ ଓଭର ବିଶିଷ୍ଟ ପ୍ରଥମ ଫର୍ମାଟ୍ରେ କମିରା ଦଳ ପ୍ରଥମେ ବ୍ୟାଟିଂକରି ସମସ୍ତ ୱିକେଟ୍ ହରାଇ ୪୭ ରନ୍ କରିଥିଲା । ଜବାବରେ ସାମସିଙ୍ଗା ଦଳ ନିର୍ଦ୍ଧାରିତ ୩. ୫ ଓଭରରେ ୧ ୱିକେଟ୍ ହରାଇ ୪୮ ରନ୍ କରି ବିଜୟୀ ହୋଇଥିଲା | ଦ୍ବିତୀୟ ଫର୍ମାଟ୍ରେ ପୁଣି କମିରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୯. ୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୦ ରନ୍ କରିଥିଲା । ଜବାବରେ ସାମସିଙ୍ଗା ଦଳ ନିର୍ଦ୍ଧାରିତ ୯. ୪ଓଭରରେ ୩ ୱିକେଟ୍ ହରାଇ ୧୨୪ ରନ୍ କରି ଚାମ୍ପିଅନ୍ ହୋଇଥିଲା। ଦୁଇ ଫର୍ମାଟ୍ରେ ବିଜୟୀ ହୋଇ ସାମସିଙ୍ଗା ଦଳ ଚାମ୍ପିଅନ୍ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ,ଓ ସମ୍ମାନିତ ଅତିଥି ଭାବେ ଆକାଶ ସାହୁ , ଶୁଭମ ଭୋଇ , ଲୁତୁରପଙ୍କ ପୂର୍ବତନ ସରପଞ୍ଚ ରାଧାମାଧବ ବେହେରା ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ ମ୍ୟାଚ କୁ ଧନମାଳୀ ହୋତା ଓ ରୋଶନ ସାମଲ ଖେଳ ପରିଚାଳନା କରିଥିଲେ । ଲିପୁନ ହୋତା ସ୍କୋରର ଦାୟିତ୍ଵ ତୁଲାଇଥିଲେ। ମାନସ ନନ୍ଦ ବେଣୁଧର ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ ଉମାଶଙ୍କର ହୋତା, ଗୌରାଙ୍ଗ ସାମଲ, ସୁନୀଲ ପଧାନ,ଶିବୁଲ ପଧାନ ବିଭୁତି ପଧାନ, ବୁଲୁ ପଧାନ, ରିଲନ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

