ବାଘମାରି ଗାଁ ଅଜିତ ହତ୍ୟାକାରୀ ମାନଙ୍କୁ ଗିରଫ ଦାବିରେ ଥାନା ଆଗରେ ଅହୋ ରାତ୍ର ଧାରଣା
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଘମାରୀ ଗାଁର ଅଜିତ ଖଣ୍ଡଗିରି କୁ ନିକଟସ୍ଥ ମେଣ୍ଢାମାଳ ଗାଁ ରେ ଗତ ୨ ମାସ ତଳେ ହତ୍ୟା କରିଥିଲେ l ଉକ୍ତ ମାମଲା ରେ ୪ଜଣ ଗିରଫ ହୋଇଥିବା ବେଳେ ଆଉ ୩ଜଣଙ୍କୁ ପୋଲିସ ଗିରଫ କରିନଥିବା ପ୍ରତିବାଦ ରେ ଆଜି ବୀରମହାରାଜପୁର ଆଦର୍ଶ ପୋଲିସ କାର୍ଯ୍ୟାଳୟଆଗରେ ମୃତ ଅଜିତ ଙ୍କ ସ୍ତ୍ରୀ ସହ ଶତାଧିକ ଗ୍ରାମବାସୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସେମାନଙ୍କ ଗୋଟିଏ ଜିଦ ଅସlମୀଙ୍କୁ ଗିରଫ କର ,ନହେଲେ ଆନ୍ଦୋଳନ ଜାରୀ ରହିବ ବୋଲି ଜିଦ ଧରୁଥିବାର ଦେଖିବାକୁ ମିଳିଥିଲା l ଗତ ଅଗଷ୍ଟ ୨୮ ରାତି ପ୍ରାୟ ୯.୩୦ ଟା ସମୟରେ ମେଣ୍ଢାମାଳ ଠାରେ ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା l ଏସଂକ୍ରାନ୍ତ ରେ ବୀରମହାରାଜପୁର ଥାନାରେ ୨୯ ଅଗଷ୍ଟ ରେ ମାମଲା ରୁଜୁ ହୋଇଥିଲା l ସୋମବାର ଏହି ଆହୋ ରାତ୍ର ଧାରଣାରେ ମୃତ ଅଜିତ ର ବାପା ଭୁବନ ଖଣ୍ଡଗିରି , ମାଆ ଆରତୀ ଖଣ୍ଡଗିରି, ମାଇଁ ପ୍ରତିଭା ମହାକୁର, ଭଉଣୀ ରୁବି ସମେତ ବାଘମାରି ଗ୍ରାମର ଶତାଧିକ ପୁରୁଷ ମହିଳା ସାମିଲ ହୋଇଥିଲେ l ଉକ୍ତ ଧାରଣାରେ ସମୟରେ ଆନ୍ଦୋଳନ କାରୀଙ୍କ ସହ ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ, ଏସ ଡି ପି ଓ ହେମନ୍ତ ରାଓ, ଆଲୋଚନା କରିଥିଲେ l ମାତ୍ର ବାରଂବାର ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଫେରାର ଆସାମୀ ମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଥିଲେ l ତେଣୁ ଆଜି ବୀରମହାରାଜପୁର ପୋଲିସ ଉପରୁ ତାଙ୍କର ବିଶ୍ଵାସ ତୁଟି ଯାଇଥିଲା l ଫଳରେ ବୀରମହାରାଜପୁର ଥାନା ଆଗରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ସେମାନେ ଅହୋ ରାତ୍ର ଧାରଣାରେ ବସିବେ ବୋଲି ମୃତ ଅଜିତ୍ ଙ୍କ ସ୍ତ୍ରୀ କହିଛନ୍ତି l ଆହୁରି ମଧ୍ୟ ସେ କହିଛନ୍ତି ଯେ ଏହି ଧାରଣାରେ ବସିଥିବା ବେଳେ ଯାହା କ୍ଷୟ କ୍ଷତି ହେବ ପୋଲିସ ଦାୟୀ ରହିବେ l

